iStock
ସମ୍ବଲପୁର: କିସିଣ୍ଡା ଥାନା କାଙ୍କଦର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକା(୫)ଙ୍କ ମୃତ୍ୟୁ ଘଟିଛି। ନାବାଳିକାଙ୍କୁ ଶୁକ୍ରବାର ସକାଳେ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଟାଉନ୍ ଥାନା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତଦେହର ପଞ୍ଚନାମା କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
Follow Us