ସର୍ପାଘାତରେ ଶ୍ରମିକ ମୃତ

ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

କାଳିଆପାଣି : ସୁକିନ୍ଦା ଥାନା ପିମ୍ପୁଡ଼ିଆ ପଞ୍ଚାୟତ ବାମନଗର ପୂର୍ବସାହି ବସ୍ତିରେ ସର୍ପାଘାତରେ ଦିନ ମଜୁରିଆ ଦେବେନ ପୂର୍ତ୍ତି(୫୫)ଙ୍କର ମୃତ୍ୟୁ ହୋଇଛି। ଘର ସମ୍ମୁଖ ଅଗଣାରେ ଶୋଇଥିବା ଦେବେନଙ୍କୁ ଏକ ବିଷଧର ସର୍ପ କାମୁଡ଼ି ଦେଇଥିଲା। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଲା ବେଳକୁ ୩ ଘଣ୍ଟା ବିତି ଯାଇଥିଲା।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ୧୭/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଗରିବ ଆଦିବାସୀ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe