ଭଦ୍ରକ: ଦଂଶନ କରିବା ପରେ ନାଗ ସାପ ସହ ଡାକ୍ତରଖାନାରେ ପହଞ୍ଚିଲେ ପୀଡିତ

Advertisment
ଭଦ୍ରକ: ଦଂଶନ କରିବା ପରେ ନାଗ ସାପ ସହ ଡାକ୍ତରଖାନାରେ ପହଞ୍ଚିଲେ ପୀଡିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ହାତରେ ସାପ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ।  ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭଦ୍ରକ ଚାନ୍ଦବାଲି ବ୍ଲକ ଚନ୍ଦନପୁର ଗାଁର ଦୁଃଖୀରାମ ଦାସ ଏକ ନାଗ ସାପ ଧରିବା ବେଳେ ତାଙ୍କୁ ନାଗଟି ଚୋଟ ମାରିଥିଲା । ତଥାପି ସେ ସାପକୁ ଛାଡି ନ ଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଦୁଃଖୀରାମ ସାପକୁ ଧରି ଡାକ୍ତରଖାନା ଆସିଥିଲେ । ତାଙ୍କ ହାତରେ ସାପକୁ ଦେଖି ଡ୍ୟୁଟିରେ ଥିବା ଡାକ୍ତର ମଧ୍ୟ ଡରି ଯାଇଥିଲେ । କେବଳ ଏତିକି ନୁହେଁ, ତାଙ୍କ ରକ୍ତ ନମୂନା ନେବା ସମୟରେ ମଧ୍ୟ ଡାକ୍ତର ଓ ନର୍ସ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଏପରି କରିବା ଦୁଃଖୀରାମଙ୍କ ପାଇଁ ସୁରକ୍ଷିତ ସାବ୍ୟସ୍ତ ହୋଇଥିଲା। କାରଣ ଡାକ୍ତର ସାପକୁ ଚିହ୍ନଟ କରି ତାର ବିଷ ପ୍ରକ୍ରିୟା ଅଛି କି ନାହିଁ ଜାଣି ତୁରନ୍ତ ଚିକିତ୍ସା କରିଥିଲେ। ଫଳରେ ଦୁଃଖୀରାମଙ୍କ ଜୀବନ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe