ଜୟପୁର ସଦରଥାନା ଷ୍ଟାଫ କ୍ବାଟର ପରିସରରୁ ନାଗ ସାପ ଉଦ୍ଧାର

Advertisment
ଜୟପୁର ସଦରଥାନା ଷ୍ଟାଫ କ୍ବାଟର ପରିସରରୁ ନାଗ ସାପ ଉଦ୍ଧାର

Sambad

ଜୟପୁର: ଆଜି ଦିନ ଗୋଟାଏ ବେଳେ ଜୟପୁର ସଦରଥାନା ଷ୍ଟାଫ୍ କ୍ବାଟରର ବାଥରୁମ ମଧ୍ୟରୁ ଛୁଆ ନାଗସାପ ଉଦ୍ଧାର କରାଯାଇଛି। କର୍ମଚାରୀ ଜଣକ ବାଥରୁମ ଯାଇଥିବା ସମୟରେ ଅଚାନକ ଭାବେ ସାପକୁ ଦେଖିଥିଲେ। ସେ ଅଗ୍ନିଶମ ବିଭାଗରେ କାର୍ୟ୍ୟରତ କନେଷ୍ଟବଲ ପ୍ରପୁଲ୍ଲ କୁମାର ବେହେରାଙ୍କୁ ଏ ସଂପର୍କରେ ଜଣାଇବା ପରେ ସେ ଆସି ଏହି ସାପକୁ ଧରିଥିଲେ। ଶ୍ରୀ ବେହେରା ଏହା ପୂର୍ବରୁ ନିଜ କାର୍ୟ୍ୟାଳୟ ପରିସରରୁ ପ୍ରାୟ ୩୦ଟି ଖଣ୍ଡ ନାଗସାପ ଧରିଥିବା କହିଛନ୍ତି।

ସଦରଥାନା ପରିସରରୁ ଧରିଥିବା ସାପକୁ ଗୋଟିଏ ବୋତଲରେ ଭର୍ତ୍ତି କରି ଜଙ୍ଗଲକୁ ନେଇ ଛାଡି ଦେଇଥିବା ସୂଚନା ମିଳିଛି। ଏପରିକି ବଡବଡ ନାଗସାପ ଥାନା ପରିସରରେ ବୁଲୁଥିବା କର୍ମଚାରୀ ମାନେ ଦେଖିଥିବା କହିଛନ୍ତି। ତେବେ ଭାଗ୍ୟବଶତଃ କର୍ମଚାରୀ ଜଣକ ବଂଚି ଯାଇଛନ୍ତି।ଏପରିକି କିଛି ଦିନ ପୂର୍ବରୁ ମହିଳା ଥାନା ପରିସରରୁ ବି ଏଭଳି ନାଗସାପ ଧରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe