ଓସିସି କଲୋନିରୁ ଅଜଗର ଉଦ୍ଧାର

Advertisment
ଓସିସି କଲୋନିରୁ ଅଜଗର ଉଦ୍ଧାର

ଜୟପୁର: ଗତକାଲି ରାତି ୧୧ଟା ୪୦ରେ ଜୟପୁର ସହର ନିକଟବର୍ତ୍ତୀ ଓସିସି କଲୋନୀ ସିମେଣ୍ଟ ଗୋଦାମ ନିକଟରୁ ୮ଫୁଟର ଅଜଗର ସାପକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସ୍ନେକ୍ ହେଲ୍ପ ଲାଇନ୍, ୱାରଟିମର ରବିନ୍ଦ୍ର ରାଉତଙ୍କୁ ଜଣାଇଥିଲେ। ରବିନ୍ଦ୍ର ରାତ୍ରରେ ହିଁ ଓସିସି କଲୋନିକୁ ଯାଇ ମୋବାଇଲ ଲାଇଟରେ ଅଜଗର ସାପକୁ ଉଦ୍ଧାର କରି ଜୟପୁର ବନାଂଚଳ ଅଧିକାରୀ ରଂଜିତା ନାୟକଙ୍କୁ ହସ୍ତାନ୍ତର କରିଥିଲେ। ସାପକୁ ପ୍ରାଣୀ ଚିକିତ୍ସିକଙ୍କୁ ଆଜି ସକାଳୁ ଦେଖାଇ ତାହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସାପର ବୟରୁ ୩ବର୍ଷ ହେବ ବୋଲି ସୂଚନା ମିଳିଛି। ଅପରାହ୍ନରେ ରବିନ୍ଦ୍ର ଏହି ସାପକୁ ପାତ୍ରପୁଟ ସଂରକ୍ଷିତ ଜଙ୍ଗଲରେ ନେଇ ଛାଡ଼ି ଦେଇଥିଲେ।

ସେଭଳି ସମ୍ପ୍ରତି ଖରା ଓ ବର୍ଷା ଲାଗି ରହିଥିବାରୁ ସାପ ବିଲ ମଧ୍ୟରୁ ବିଷାକ୍ତ ସାପ ଗୁଡିକ ବାହାରକୁ ବାହାରି ବୁଲିବା ଆରମ୍ଭ କରିଛନ୍ତି। ଆଜି ସେଭଳି ରବିନ୍ଦ୍ର ଘାଟଘୁମର, ବୌରାଗୀମଠ ଓ ବ୍ଲକ କାର୍ଯ୍ୟାଳୟ ନିକଟରୁ ତିନୋଟି ନାଗ ସାପ ଧରିଥିଲେ। କୌଣସି ସ୍ଥାନରେ ଏଭଳି ସାପ କିମ୍ବା ପଶୁ ପକ୍ଷୀ, ବନ୍ୟଜନ୍ତୁଙ୍କୁ ଦେଖିଲେ ସେମାନଙ୍କୁ ଭୟରେ ମାଡ଼ ମାରି ଆଘତ ନ ପହଞ୍ଚାଇ କିମ୍ବା ଜୀବନରେ ନ ମାରି ତୁରନ୍ତ ରେଂଜରଙ୍କୁ କିମ୍ବା ୱାରଟିମକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe