ଗଡ଼ ନିଆଳରେ ଅଜଗର ଦେଲା ୩୦ ଅଣ୍ଡା

Advertisment
ଗଡ଼ ନିଆଳରେ ଅଜଗର ଦେଲା ୩୦ ଅଣ୍ଡା

Sambad

ଖୋର୍ଦ୍ଧା: ଜଙ୍ଗଲ ପାଖ ଗାଁ ଲୋକଙ୍କ ସହାୟତା ଓ ସଚେତନତାରେ ଜଙ୍ଗଲ ପଶୁପକ୍ଷୀ ଓ ଜଙ୍ଗଲ ସୁରକ୍ଷିତ ରହିପାରିବେ। ଏହି କଥାକୁ ଖୋର୍ଦ୍ଧା ଉପକଣ୍ଠ ହଳଦିଆ ବନାଂଚଳ ଅଧୀନରେ ଥିବା ଗଡ଼ନିଆଳର ବାସିନ୍ଦା ପ୍ରମାଣିତ କରିଛନ୍ତି। ଦୀର୍ଘ ୧୫ ଦିନ ଧରି ବନ ବିଭାଗ, ସ୍ନେକ୍ ହେଲ୍ପଲାଇନ୍‌ ପରାମର୍ଶରେ ଗାଁ ଲୋକ ଗର୍ଭବତୀ ଅଜଗରକୁ ସୁରକ୍ଷା ଦେଇ ଆସିଥିଲେ। ଆଜି ଅଜଗର ୩୦ଟି ସୁସ୍ଥ ଅଣ୍ଡା ଦେଇଛି। ଆଜି ମା’ ଅଜଗର ଅଣ୍ଡା ଦେବା ପରେ ଅଣ୍ଡାଗୁଡ଼ିକୁ ଗାତରେ ଛାଡ଼ି ଦୂରକୁ ଚାଲିଯାଇଥିଲା। ପ୍ରାୟ ୧୫-୨୦ ଫୁଟ ଦୂରରୁ ଅଣ୍ଡାଗୁଡ଼ିକ ଉପରେ ସତର୍କ ନଜର ରଖିଥିଲା। ଏହା ଦେଖି ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ବନବିଭାଗ ଓ ସ୍ନେକ୍ ହେଲପ୍ଲାଇନ୍‌ ସଦସ୍ୟମାନେ ସେଠାରେ ପହଂଚିଯାଇଥିଲେ।

publive-image Sambad

ଏହାପରେ ଅଣ୍ଡା ଗୁଡ଼ିକର ତାପମାତ୍ରା, ଗାତର ତାପମାତ୍ର ଆଦି ଯାଂଚ କରିଥିଲେ। ପ୍ରତ୍ୟେକ ଅଣ୍ଡାଗୁଡ଼ିକର ହାରାହାରି ଦୈର୍ଘ୍ୟ ୮ ସେମି ଓ ପ୍ରସ୍ଥ ୫ ସେମି ରହିଛି। ଆଉ ୨୦-୩୦ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିବେ। ସେତିକି ଦିନ ଯାଏଁ ଅଜଗର ଅଣ୍ଡାର ଆଖପାଖ ଅଂଚଳରେ ହିଁ ରହିଥିବ ବୋଲି ସ୍ନେକ୍ ହେଲ୍ପଲାଇନ୍ ପକ୍ଷରୁ କୁହାଯାଇଛି। ସାପଗୁଡ଼ିକୁ ଗୋଧି, ନେଉଳ ଆଦି ବନ୍ୟଜନ୍ତୁଙ୍କ ଠାରୁ ସୁରକ୍ଷିତ ରଖିବାରେ ଗ୍ରାମବାସୀ ନିରବିଚ୍ଛନ୍ନ ସହାୟତା କରିଥିବାରୁ ହଳଦିଆ ରେଂଜ୍ର ଓ ସ୍ନେକ୍ ହେଲ୍ପଲାଇନ୍ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe