ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ବ୍ୟାସନଗର : ଯାଜପୁରରୋଡ ଥାନା ଅଧୀନ ବ୍ୟାସନଗର ପୌରାଞ୍ଚଳ ୨୬ ନମ୍ବର ୱାର୍ଡ଼ ଖଣ୍ତାହତା ଗ୍ରାମର ଜଣେ ଯୁବକଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଭୀମା ସାମଲଙ୍କ ପୁଅ ଆଲୋକ(୨୪)। ଗତକାଲି ରାତିରେ ସେ ଖଟ ଉପରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ସେ ଜାଣି ପାରିନଥିଲେ।

କିଛି ସମୟ ପରେ ସାପଟି ତାଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ସେ ତାକୁ ଛାଟି ଫିଙ୍ଗି ‌ଦେଇଥିଲେ ଓ ସାପ ତାଙ୍କ ହାତକୁ କାମୁଡ଼ି ଦେଇଥିବା ମାଆବାପାଙ୍କୁ ଜଣାଇଥିଲେ। ତାଙ୍କୁ ତୁରନ୍ତ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ନିଆଯାଉଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଆଲୋକ ଟାଟା ଫାଇନାନ୍ସରେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe