ଶୋଇବା ଘର ବିଛଣା ଉପରୁ ଉଦ୍ଧାର ହେଲା ନାଗ ସାପ

Advertisment
ଶୋଇବା ଘର ବିଛଣା ଉପରୁ ଉଦ୍ଧାର ହେଲା ନାଗ ସାପ

କଟକ: କଟକ ଜିଲ୍ଲା ବାଙ୍କି ହରିରାଜପୁର ଗାଁରୁ ଜଣଙ୍କ ଶୋଇବା ଘର ବିଛଣା ଉପରୁ ନାଗ ସାପ ବାହାରିବା ଦେଖି ଗ୍ରାମରେ କୋକୁଆ ଭୟ ଖେଳି ଯାଇଛି।

ସୂଚନାଯୋଗ୍ୟ, ହରିରାଜପୁର ଗାଁରେ ଶରତ ପଣ୍ଡା ନାମକ ଜଣେ ବ୍ୟକ୍ତି ଖାଇ ସାରି ଶୋଇବାକୁ ଯିବା ସମୟରେ ଘର ଭିତରେ ଏକ ବିରାଟ ବଡ଼ ସାପ ଦେଖିବାକୁ ପାଇଥିଲେ। ଭୟରେ ସେ ସେଠାରୁ ଦୌଡ଼ି ଆସି ପରିବାରଲୋକଙ୍କୁ ଜଣାଇବା ସହିତ ସ୍ନେକ୍‌ ହେଲପ୍‌ ଲାଇନକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ତୁରନ୍ତ ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶରତ ପଣ୍ଡାଙ୍କ ଶୋଇବା ଘର ବିଛଣା ଉପରୁ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ପ୍ରାୟ ୫ଫୁଟ ହେବା ସହିତ ଏହା ଏକ ନାଗ ସାପ ବୋଲି ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ କହିଛନ୍ତି।

publive-image

ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ଉଦ୍ଧାର କରିଥିବା ନାଗସାପଟିକୁ ବାଙ୍କୀ ଠାରୁ ଦୂରରେ ଥିବା ଏକ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବାଙ୍କୀର ଅନେକ ସ୍ଥାନରେ ପାଣି ଜମି ରହିଛି । ଚାରିଆଡ଼େ ପାଣି ଜମି ରହିବା ଫଳରେ ସାପ ଗାତରୁ ବାହାରି ଘରେ ଭିତରେ  ପଶୁଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe