Sambad
ଜୟପୁର: ଆଜି ସକାଳ ୭ଟା ବେଳେ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟ ପଡ଼ିଆରୁ ୮ ଫୁଟର ଅଜଗର ସାପକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସ୍ନେକ୍ ହେଲପ୍ ଲାଇନ୍, ୱାରଟିମର ରବିନ୍ଦ୍ର ରାଉତଙ୍କୁ ଜଣାଇଥିଲେ। ରବିନ୍ଦ୍ର ଗାଁକୁ ଯାଇ ଅଜଗର ସାପକୁ ଉଦ୍ଧାର କରି ଜୟପୁର ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ସାପଟିକୁ ଧରିବା ସମୟରେ ବହୁ ଲୋକେ ଅଜଗର ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା।
ସାପଟିର ମୁଣ୍ଡରେ ସାମାନ୍ୟ ମାଡ଼ ବାଜିଥିବାରୁ ତାହାର ଚିକିତ୍ସା ଆରମ୍ଭ ହୋଇଛି ବୋଲି କହିଛନ୍ତି ରଞ୍ଜିତା ନାୟକ। ସୁସ୍ଥ ହେବା ପରେ ସୁରକ୍ଷିତ ସ୍ଥାନରେ ତାହାକୁ ଛାଡ଼ି ଦିଆଯିବ। କୌଣସି ସ୍ଥାନରେ ଏଭଳି ସାପ କିମ୍ବା ପଶୁ ପକ୍ଷୀଙ୍କୁ ଦେଖିଲେ ସେମାନଙ୍କୁ ଆଘତ ନ ପହଚାଞ୍ଚ ତୁରନ୍ତ ରେଞ୍ଜରଙ୍କୁ କିମ୍ବା ୱାରଟିମକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।
Follow Us