୧୦ ଫୁଟିଆ ଅହିରାଜ ଉଦ୍ଧାର

୧୦ ଫୁଟିଆ ଅହିରାଜ ଉଦ୍ଧାର
ପାତ୍ରପୁର : ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନା‌ଞ୍ଚଳ ଅଧୀନ ସପଙ୍ଗ ଗ୍ରାମରୁ ଆଜି ଏକ ୧୦ ଫୁଟିଆ ଅହିରାଜ ସାପ ଉଦ୍ଧାର ହୋଇଛି। କୋମଳ ପ୍ରଧାନ ଗୁହାଳକୁ ଯିବା ସମୟରେ ବିରାଟ ସାପଟିକୁ ଦେଖି ଡରି ଯାଇଥିଲେ। ପରେ ସାମନ୍ତିଆପଲ୍ଲୀ ବନାଞ୍ଚଳ କର୍ମଚାରୀ ପହଞ୍ଚି ବ୍ରହ୍ମପୁର ସ୍ନେକ୍ ହେଲ୍ପଲାଇନ୍‌କୁ ସୂଚନା ଦେଇଥିଲେ। ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ମାନେ ପହଞ୍ଚିବା ପୂର୍ବରୁ ବନ ବିଭାଗ କର୍ମଚାରୀ ଜିତେନ୍ଦ୍ର ଦାସ, ଅଶୋକ  ପାଇକ ଓ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ସାପଟିକୁ କାବୁ କରିନେଇଥିଲେ। ପୁରୁଷ ପ୍ରଜାତିର ଏହି ସାପର ଲମ୍ବ ୧୨ ଫୁଟ ରହିଥିବା ବେଳେ ବୟସ ପ୍ରାୟ ୩ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।ସାପଟି ଋଷିମାଳ ପର୍ବତରୁ ଆସିଥିବା କୁହାଯାଉଛି। ସାପଟିକୁ ଟାମଣା ଘାଟିରେ ଛାଡ଼ିଦିଆଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe