ସ୍କୁଲ ଅଫିସ ଭିତରୁ ନାଗ ଉଦ୍ଧାର

Advertisment
ସ୍କୁଲ ଅଫିସ ଭିତରୁ ନାଗ ଉଦ୍ଧାର

ଧଉଳି: ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ନୋଡାଲ ମଡେଲ ୟୁପି ସ୍କୁଲ କାର୍ଯ୍ୟାଳୟ ଭିତରୁ ଆଜି ଏକ ନାଗସାପ ଉଦ୍ଧାର ହୋଇଛି । ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ସ୍କୁଲକୁ ଆସିବା ପରେ ଶିକ୍ଷୟିତ୍ରୀ ଶସ୍ମିତା ମିଶ୍ର କାର୍ଯ୍ୟାଳୟ ଗୃହ ଖୋଲିଥିଲେ । ଅଫିସ ଭିତରେ ନାଗ ସାପ ଦେଖି ଚିତ୍କାର କରିଥିଲେ । ତାଙ୍କ ପାଟିଶୁଣି ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ ।

ଗ୍ରାମବାସୀ ତତକ୍ଷଣାତ ସ୍ନେକ ହେଲପଲାଇନର ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟକୁ ଫୋନ କରି ଜଣାଇଥିଲେ । ଖବର ପାଇ ଶ୍ରୀ ଆଚାର୍ଯ୍ୟ ସାପଟିକୁ ଧରି ନିକଟସ୍ଥ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe