Advertisment

କୁକୁଡା ଖାଇବାକୁ ଆସି ଫସିଗଲା, ୬ ଫୁଟର ଅଜଗର ଉଦ୍ଧାର

Advertisment
କୁକୁଡା ଖାଇବାକୁ ଆସି ଫସିଗଲା, ୬ ଫୁଟର ଅଜଗର ଉଦ୍ଧାର

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷାଦିନ ହେଲେ ସାପଙ୍କ ଉପଦ୍ରବ ବଢିଯାଇଥାଏ। ଜିଲ୍ଲାରେ ସାପଙ୍କ ସଂଖ୍ୟା ସବୁଠାରୁ ବେଶୀ ରହିଥିବାରୁ ପ୍ରତିବର୍ଷ ଶତାଧିକ ଲୋକେ ସାପ କାମୁଡାରେ ମୃତ୍ୟୁବରଣ କରନ୍ତି। ବର୍ଷା ଦିନ ହେଲେ ଜଙ୍ଗଲରେ କିଛି ଖାଇବାକୁ ନମିଳିବାରୁ ବାଧ୍ୟ ହୋଇ ଅଜଗରମାନେ ସହର ଏବଂ ଗାଁ ମୁହାଁ ହୋଇଥାନ୍ତି। ମାଲକାନଗିରି ସଦର ମହକୁମାସ୍ଥିତ ଆଶୀର୍ବାଦ କଲୋନିରେ ଆଜି ଏକ ବିରାଟ ଅଜଗରକୁ ଉଦ୍ଧାର କରାଯାଇଛି। କୁକୁଡା ଖାଇବାକୁ ଆସି ଅଜଗରଟି ଫସିଯାଇଥିଲା। ପାଖରେ ଜଙ୍ଗଲ ରହିଥିବାରୁ ଅଜଗରମାନେ ସହର ମୁହାଁ ହେଉଛନ୍ତି। ସ୍ନେକ ହେଲପ ଲାଇନର ସ୍ନେହାଶିଷ ନାୟକ ଖବର ପାଇ ଆଶୀର୍ବାଦ କଲୋନିରୁ ଏହି ସାପକୁ ଉଦ୍ଧାର କରିଥିଲେ।

ଏହି ସାପଟି ପ୍ରାୟ ୬ ଫୁଟ ରହିଥିବା ବେଳେ ୨୦ କିଲୋ ଓଜନ ରହିଛି। ତୁରନ୍ତ ଏନେଇ ବନ ବିଭାଗକୁ ସୂଚନା ଦେବା ସହ ଜଙ୍ଗଲରେ ସାପକୁ ପୁଣି ଛାଡି ଦିଆଯାଇଥିବା ଜଣାପଡିଛି। ସେହିପରି ଏମଭି-୪୩ ଗ୍ରାମରେ ନାଗ ସାପକୁ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡିଛି। ଗାଁ ଗାଁରେ ଏବେ ନାଗ ସାପର ବସା। ଲୋକେ ପ୍ରାୟତଃ ପ୍ରତିଦିନ ସାପକୁ ଧରୁଛନ୍ତି ନଚେତ ମାରି ଦେଉଛନ୍ତି। ପ୍ରତିବର୍ଷ ଅଜଗର ଗାଁ ମୁହାଁ ହୁଅନ୍ତି। ମାଲକାନଗିରିରେ ବହୁ ସଂଖ୍ୟାରେ ଅଜଗର ରହିଥିବାରୁ ଖାଦ୍ୟ ଅନ୍ବେଷଣରେ ଏମାନେ ଗାଁକୁ ଚାଲି ଆସୁଛନ୍ତି। ବହୁ ସ୍ଥାନରେ ଭୟରେ ଲୋକେ ଅଜଗରକୁ ଜୀବନରେ ମାରି ଦେଉଥିବା ନଜିର ରହିଛି। ତେବେ କୌଣସି ସ୍ଥାନରେ କିନ୍ତୁ ଅଜଗର କୌଣସି ଲୋକଙ୍କୁ ଆକ୍ରମଣ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe