Temperature dropped to 5 degrees Photograph: (sambad.in)
ଘୁ.ଉଦୟଗିରି: ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଘୁ.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା ନିମ୍ନଗାମୀ ହେବା ସହ ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି । ହାତଗୋଡ଼ କୋଲ ମାରୁଛି ।
କୃଷି ବିଜ୍ଞାନ ପରାମର୍ଶ କେନ୍ଦ୍ର ସୂଚନାନୁସାରେ ଗତ ତିନି ଦିନ ହେଲା ତାପମାତ୍ରା ଲଗାତାର କମିବାରେ ଲାଗିଛି।ଗୁରୁବାର ତାପମାତ୍ରା ୭ଡିଗ୍ରି ଥିବା ବେଳେ ଶୁକ୍ରବାର ୬ଡିଗ୍ରି ରହିଥିଲା। ଶନିବାର ତାପମାତ୍ରା ୫ଡିଗ୍ରି ରେକର୍ଡ କରାଯାଇଛି।
ପାରଦ ତଳ ମୁଁହା ହେବା ସହ ଲଗାତାର ତିନି ଦିନ ହେଲା ତୁଷାରପାତ ଜାରି ରହିଛି।ସ୍ଥାନୀୟ ସହରର ଆଖପାଖ ଦୁର୍ଗମ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ପାରଦ ଆହୁରି ଗୋଟିଏ ଦୁଇ ଡିଗ୍ରି କମ ରହୁଥିବା ବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ଖାଲି ପଡିଆ,ପାଳଗଦାମାନଙ୍କରେ ତୁଷାର ପଡିଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ପ୍ରବଳ ଜାଡ଼ରେ ସାରା ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେବାରେ ଲାଗିଲେଣି। ଗରିବ ଅସହାୟ ବୟୋଜ୍ୟେଷ୍ଠଙ୍କ ପାଇଁ ଶୀତ ଅସହ୍ୟ ହେବାରେ ଲାଗିଛି।ପ୍ରବଳ ଥଣ୍ଡା ସହିତ ଘନ କୁହୁଡ଼ି ଜନଜୀବକୁନ ଅସ୍ତବ୍ୟସ୍ତ କରୁଛି।ସଞ୍ଜ ନଇଁଲେ ବଜାର ରାସ୍ତାଘାଟ ଜନଶୁନ୍ୟ ହେବାରେ ଲାଗୁଛି। ପ୍ରବଳ ଥଣ୍ଡା ପାଇଁ ଘରେ ରହିବାକୁ ଲୋକ ସୁରକ୍ଷିତ ମଣୁଛନ୍ତି।
ଗରିବ ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁର ସାହାରରେ ରହୁଥିବା ବେଳେ ବିଭିନ୍ନ ଛକ ଚା’ ଦୋକାନରେ ମଧ୍ୟ ନିଆଁ ଜାଳି ଲୋକ ବସି ଗପସପ କରୁଥିବା ଦେଖୁବାକୁ ମିଳୁଛି।
ଅଧିକ ପଢ଼ନ୍ତୁ: ୭୦୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍
ଓଡ଼ିଶାର ଦାର୍ଜିଲିଂ ଏବଂ ସବୁଠାରୁ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ପରିଚିତ ହେବା ପରେ ପ୍ରତ୍ୟକ ଦିନ ସହରକୁ ପର୍ଯ୍ୟଟକଙ୍କ ଆଗମନ ହେଉଛି । ବହୁ ସଂଖ୍ୟାରେ ପର୍ଯ୍ୟଟକ ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରରେ ଭିଡ଼ ଲଗାଉଥିବାର ଦୃଶ୍ୟ ଦେଖୁବାକୁ ମିଳୁଛି।
ମୁକୁଲିଙ୍ଗିଆ ସ୍ଥିତ କାଲିଗାଡୁ ହିଲଟପ, ସିର୍କି ଇକୋ ପାର୍କ,କଳିଙ୍ଗା ଘାଟି,ଝାଉଁବଣ ରେ ପର୍ଯ୍ୟଟକ ବୁଲି ମଜା ଉଠାଇବା ସହ ଭୋଜିଭାତ କରୁଛନ୍ତି। ଛୁଟି ଦିନରେ ପ୍ରବଳ ଭିଡ଼ ଜମୁଛି।
Follow Us