ଅସହାୟଙ୍କ ଅନ୍ନଦାତା ଗୁଣପୁରର ସ୍ବେଚ୍ଛାସେବୀ ଗୋଷ୍ଠୀ

Advertisment

ଲକଡାଉନରେ ବାଣ୍ଟିଲେ ୧୧୭୫୬ ଖାଦ୍ୟ ପୁଡ଼ିଆ; ୪୪ ଦିନ ଧରି ସହାୟତାର ହାତ ବଢ଼ାଇଲେ ବଦାନ୍ୟ ବ୍ୟକ୍ତି

ଲକଡାଉନରେ ବାଣ୍ଟିଲେ ୧୧୭୫୬ ଖାଦ୍ୟ ପୁଡ଼ିଆ; ୪୪ ଦିନ ଧରି ସହାୟତାର ହାତ ବଢ଼ାଇଲେ ବଦାନ୍ୟ ବ୍ୟକ୍ତି

ଅସହାୟଙ୍କ ଅନ୍ନଦାତା ଗୁଣପୁରର ସ୍ବେଚ୍ଛାସେବୀ ଗୋଷ୍ଠୀ

Sambad

ରାୟଗଡ଼ା: ସପ୍ତାହକେ କି ୧୫ ଦିନ ନୁହଁ, ୪୪ ଦିନ ଧରି ବାଣ୍ଟିଲେ ମାଗଣା ଖାଦ୍ୟ। ଲକଡାଉନରେ ସହରରେ ଅସହାୟ, ଭୋକିଲା ଅବସ୍ଥାରେ ପଡି ରହିଥିବା ଲୋକଙ୍କ ପାଇଁ ଅନ୍ନଦାତା ପାଲଟିଲେ ଯୁବଗୋଷ୍ଠୀ। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଚାଉଳ, ଡାଲି, ପନିପରିବା କିଣାଠୁ ଆରମ୍ଭ କରି ରୋଷୋଇ ଏବଂ ବିନା ଦ୍ବିଧାରେ ଗଳିକନ୍ଦି ବୁଲି ଖାଦ୍ୟ ପୁଡ଼ିଆ ବାଣ୍ଟି ପ୍ରଶଂସାର ପାତ୍ର ହୋଇଛନ୍ତି ଗୁଣପୁରର ଯୁବଗୋଷ୍ଠୀ। କଳା, ସଂସ୍କୃତିର ସହର ଗୁଣପୁରରେ ଭାଇଚାରର ଏପରି ନିଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା।

କରୋନା ଦ୍ବିତୀୟ ଲହରୀରେ ସଂକ୍ରମଣ ବୃଦ୍ଧି ପରେ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିଲେ। ହୋଟେଲ୍, ଦୋକାନ, ବଜାର, ମନ୍ଦିର ବନ୍ଦ ହୋଇ ପଡିବା କାରଣରୁ ବହୁ ଲୋକ ନିଜ ପେଟକୁ ଦାନା ଯୋଗାଡ଼ କରିନପାରି ଭୋକ ଉପାସରେ ଦିନ କାଟିଥିଲେ। ଫଳରେ ମେ’ ୫ ତାରିଖରୁ ଗୁଣପୁର ସହରର ଭୋକିଲା ଓ ଅସହାୟ ଲୋକଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବଗୋଷ୍ଠୀ। ନିର୍ଧିଷ୍ଟ କୌଣସି ସଂଗଠନ ବଦଳରେ ସମସ୍ତଙ୍କ ସହଯୋଗରେ ଏହି କାମ କରିବାକୁ ନିଷ୍ପତ୍ତି ନେଇ ସହଯୋଗ ନିବେଦନ କରିଥିଲେ। ଫଳରେ ଗୁଣପୁର ସହର ରାୟଗଡ଼ା ଜିଲ୍ଲା ସମେତ ଜିଲ୍ଲା ବାହାରେ ରହୁଥିବା ଲୋକ ଅକୁଣ୍ଠିତ ଭାବେ ସହଯୋଗର ହାତ ବଢ଼ାଇଥିଲେ। ପ୍ରାୟ ୫୦ ଜଣ ଦାତା ମାଗଣା ଖାଦ୍ୟ ପ୍ରଦାନ ପାଇଁ ସହଯୋଗ କରିବା ପରେ ଦୈନିକ ସଉଦା ଆଣିବା, ରୋଷେଇ କରି ଖାଦ୍ୟ ପୁଡିଆ ପ୍ରସ୍ତୁତ, ଅସହାୟ, ରୋଗୀ, ମାନଷିକ ବିକୃତଙ୍କ ଘରକୁ ପହଞ୍ଚାଇବା କାର୍ଯ୍ୟରେ ପ୍ରାୟ ୪୦ ରୁ ୫୦ ସ୍ୱେଛାସେବୀ ନିୟୋଜିତ ହୋଇଥିଲେ।

ଏପରିକି କୋଭିଡ଼୍ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘରକୁ ମଧ୍ୟ ଖାଦ୍ୟ ପହଞ୍ଚାଇବାରେ କୁଣ୍ଠାବୋଧ କରିନଥିଲେ ଯୁବ ଗୋଷ୍ଠୀ। ପ୍ରଥମେ ୨ ଶହ ପୁଡିଆ ପ୍ରସ୍ତୁତ ହୋଇଥିବା ବେଳେ ଶେଷ ବେଳକୁ ଏହା ୩ ଶହରୁ ଉର୍ଦ୍ଧ୍ବରେ ପହଞ୍ଚିଥିଲା। ସହରର କତାଲୁଗୁଡା, ହାଉସିଂବୋର୍ଡ, ଢେପ, ଜୈଲପେଟା, ବାଉରୀ ସାହି, କୁମ୍ଭାର ସାହି, କରଣଗୁଡା, ମୋତିଲାଲ ନଗର, ଡାକ୍ତରଖାନା ଇତ୍ୟାଦି ଅଞ୍ଚଳରେ ବଣ୍ଟନ ହେଉଥିଲା ମାଗଣା ଖାଦ୍ୟ।

ସହରର ବୁଦ୍ଧିଜୀବୀଙ୍କ ପରାମର୍ଶରେ ଯୁବଗୋଷ୍ଠୀର ପ୍ରମୋଦ ପଣ୍ଡା, ମିଲି ପାଢୀ, ତନ୍ମୟ ମହାପାତ୍ର, କୃଷ୍ଣ ପାତ୍ର, ଲିଟୁ, ବିଶୁ, ସୁଷମା, ବିଷ୍ଣୁପ୍ରିୟାଙ୍କ ସମେତ ପ୍ରଫେସର ଗଣେଶ୍ୱର ଶତପଥୀ, ଶିକ୍ଷକ ରମେଶ ମିଶ୍ର, ସୁନିଲ ଗୌଡ, ସୀମାଞ୍ଚଳ ପୂଜାରୀ, ଅଧ୍ୟାପକ ଡଃ. ପ୍ରଶାନ୍ତ ହୋତା, ଉମା ଦାସ, ପ୍ରଶାନ୍ତ ମିଶ୍ର, ଶିବ ପୂଜାରୀ, ମେଘନାଦ ଚୌଧୁରୀ, ସିତିନ ପୂଜାରୀ, ସୁରେନ୍ଦ୍ର ବେହେରା, ଦିନେଶ ଅଧିକାରୀ, ତେନାଲି ରାଜା, ବେନ୍ଦା ବାଉରୀ, ନାନୁ ପଣ୍ଡା, କିରଣ କୁମାର, ଶିବା ଡାକୁଆ, କେ. କିଶୋର, ପିଣ୍ଟୁ ରଥ, ରଜତ ପାଣିଗ୍ରାହୀ, ସିମାଦ୍ରୀ ଭେଙ୍କେଟ କ୍ରିଷ୍ଣା, ସତ୍ୟ ମିଶ୍ର, ଗଗନ ଦାସ, ତରୁଣ ସାହୁ, ଦୀପକ ସେଠୀ ପ୍ରମୁଖ ଖାଦ୍ୟ ସାମଗ୍ରୀ କିଣା, ରୋଷୋଇ, ବଣ୍ଟନରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe