ଜୟପୁର-କୋରାପୁଟ ଘାଟିର ବିପଦସଙ୍କୁଳ ମୋଡ଼ରେ ଲାଗିବ ୧୧୬ ସୋଲାର ଲାଇଟ

ଅଶାନ୍ତ ହେଉଛି ଶାନ୍ତ କୋରାପୁଟ; ମାଓ ହିଂସା କମିଲା, ବଢ଼ୁଛି ହତ୍ୟା ଓ ଦୁଷ୍କର୍ମ ମାମଲା

Sambad

ଜୟପୁର: କୋରାପୁଟ-ଜୟପୁର ଘାଟିର ଜାତୀୟ ରାଜପଥରେ ୧୧୬ଟି ସୋଲାର ଲାଇଟ ଲାଗିବ। ଗତ ତିନିଦିନ ହେବ ଲାଇଟ ଲଗାଯିବା କାମ ଜାରି ରହିଛି। ଘାଟିର ବିପଦସଙ୍କୁଳ ମୋଢ଼, ଅନ୍ଧାରୁଆ ସ୍ଥାନରେ ଏହି ସୋଲାର ଲାଇଟ ଲଗାଯିବ ସହ ଗ୍ଲୋସାଇନ ରେଡିୟମ ସିଗନାଲ ବୋର୍ଡ ଲଗାଯାଉଛି। ଏହି ତିନିଦିନରେ ୩୨ଟି ଲାଇଟ ଗିଯାଇଥିବା ବେଳେ ସପ୍ତାହକ ମଧ୍ୟରେ ସବୁ ଯାକ ଲାଇଟ୍ ଲାଗିବ ବୋଲି କହିଛନ୍ତି ଯନ୍ତ୍ରୀ ଗୌତମ ପ୍ରକାଶ ବିଶ୍ବାଳ ଓ ଏନଏଚ ନିର୍ବାହୀ ଯନ୍ତ୍ରୀ କ୍ଷୀରେଶ୍ବର କନ୍ଧପାଣୀ। ସେଭଳି ୬କିଲୋ ମିଟର କ୍ରସ ବେରିୟର ବି ଲଗାଯାଇଛି। ଆରଏଚକେ ଠିକା ସଂସ୍ଥା ଏହି ସୋଲାର ଲାଇଟ୍ ଲଗାଯିବା କାମର ଠିକା ନେଇଛି। ବହୁ ସମୟରେ କୋରାପୁଟ ଘାଟିରେ ବଡ଼ ଦୁର୍ଘଟଣା ହେବା ସହ ଧନଜୀବନ ହାନୀ ହେଉଥିବାରୁ ସୋଲାର ଲାଇଟ ଲାଗିବା ଫଳରେ ଘାଟି ଆଲୋକିତ ହେବା ସହ ରାସ୍ତାର ଦୁଇ ପାର୍ଶ୍ବ ସ୍ପଷ୍ଟ ଭାବେ ଜଣାପଡ଼ିବ।

publive-image Sambad

ରେଡିୟମ ସିଗନାଲ ବୋର୍ଡ ମଧ୍ୟ ଚାଳକଙ୍କୁ ଆଗକୁ କଣ ରହିଛି ତାହାର ସିଗନାଲ ପାଇ ସେ ଅନୁଯାୟୀ ଗାଡ଼ି ଚାଳନା କରିପାରିବେ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ଏହା ଫଳରେ ବହୁ ଛୋଟ ବଡ ଦୁର୍ଘଟଣାକୁ ଏଡାଇ ହେବ ବୋଲି କହିଛନ୍ତି ଏନଏଚ୍ ନିର୍ବାହୀ ଯନ୍ତ୍ରୀ। ଏଥିପୂର୍ବରୁ ସହର ମଧ୍ୟରେ ବ୍ଲକ ସ୍ପଟ ଭାବେ ଚିହ୍ନଟ ହୋଇଥିବା ଖ୍ରୀଷ୍ଠିୟାନ ପେଟ୍ଟା-କାଳିଆ ପେଟ୍ରୋଲ ଟାଙ୍କି ଅଂଚଳରେ ବି ସୋଲାର ଲାଇଟ୍ ଏନଏଚ୍ ପକ୍ଷରୁ ଲଗାଯାଇଛି। ସାଧାରଣରେ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe