ବାଇକ୍ ଦୁର୍ଘଟଣାରେ ଜ୍ବାଇଁ ମୃତ, ଶ୍ବଶୁର ଗୁରୁତର

Advertisment
ବିବାହ ସମାରୋହରୁ ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପିଟିଲା ପିକ୍‌-ଅପ୍‌: ସ୍ତ୍ରୀ ମୃତ, ସ୍ୱାମୀ-ପୁଅ-ଝିଅ ଗୁରୁତର

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ଥାନାଠାରୁ ସମ୍ୱଲପୁର ପଟକୁ ୫ କିମି ଦୂରତା ଜାତୀୟ ରାଜପଥ ୫୩ ଉପରେ ଚିନିମହୁଲ ବ୍ରିଜ ନିକଟରେ ବାଇକ୍ ଦୁର୍ଘଟଣାରେ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଶ୍ବଶୁର ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବଡ଼ରମା ପଞ୍ଚାୟତ ଆମ୍ବଲାଙ୍ଗ ବାସିନ୍ଦା ଶ୍ବଶୁର ଜୀବର୍ଦ୍ଧନ ନାଏକ (୪୫) ଓ କୁସୁମୀ ଗ୍ରାମର ଜ୍ୱାଇଁ ସୁଧୀର ନାଏକ(୩୦) ଏକ ବାଇକ୍‌ (ଓଡି-୧୪ ଜେଡ୍ -୨୬୭୫)ରେ କୁଆଗୋଲା ଗାଁରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଚିନିମହୁଲ ବ୍ରିଜ୍‌ ତଳକୁ ଖସି ପଡିଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଆହତ ଦ୍ବୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଜ୍ୱାଇଁ ସୁଧୀରଙ୍କୁ ମୃତ ଘୋଷଣା କରିଥିଲେ। ଜୀବର୍ଦ୍ଧନଙ୍କୁ ଆଶୁ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଫାଶୀମାଲ ଡାକ୍ତରଖାନାରେ ମୃତକଙ୍କ କରୋନା ପରୀକ୍ଷା ପରେ କୁଚିଣ୍ଡାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe