ବୌଦ୍ଧ: ଜ୍ୱାଇଁଙ୍କୁ ହତ୍ୟାକଲେ ଶ୍ୱଶୁର ଘର ଲୋକେ!

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ  ଥାନା ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମତେ ପୁରୁଣାକଟକ ପଞ୍ଚାୟତ ରାଜିଙ୍ଗ ଗ୍ରାମର ଲବ ବଗର୍ତ୍ତି(୪୨) ପଡୋଶୀ ପିତାମ୍ବରପୁର ପଞ୍ଚାୟତର ଇନ୍ଦ୍ରପୁର ଗ୍ରାମରେ ବିଭାହ କରି ଶ୍ୱଶୁର ଘରେ ଘରଜ୍ୱାଇଁ ଥିଲେ। ଲବ ଅଧିକାଂଶ ସମୟରେ ମଦ୍ୟପାନ କରି ଘରେ ରହୁଥିବା ନିଜ ସାନଶଳା ଓ ଶାଶୁରଙ୍କ ସହିତ ଝଗଡା କରୁଥିଲେ। ଏହାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗିରହୁଥିଲା।

ଗୁରୁବାର ଇନ୍ଦ୍ରପୁର ଗ୍ରାମକୁ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ କୁଆଘରା ଗ୍ରାମରେ ରହୁଥିବା ବଡେଇ ଶାଶୁଙ୍କ ଦୁଇପୁଅ ଆସିଥିଲେ। ଲବ ସେମାନଙ୍କ ସହିତ ନିୟମିତ ଝଗଡା କରୁଥିବା କଥାଶୁଣି ସେମାନେ ଉତ୍ୟକ୍ତ ହୋଇଥିଲେ। ମାତ୍ର ସେହି ସମୟରେ ଲବ ଘରେ ନଥିବାରୁ ତାଙ୍କର ଶଳାମାନେ ଫୋନ ଯୋଗେ  କେତେ ଝଗଡା କରିବାର ଅଛି ଆସ ବୋଲି ଡାକିଥିଲେ। ଏକଥା ଶୁଣି ଲବ ସେଠାରେ ପହଂଚିବାରୁ ନିଜ ସାନ ଶଳା ଓ ବଡେଇ ଶାଶୁଙ୍କ ୨ପୁଅ ମିଶି ମରଣାନ୍ତକ ଆକ୍ରମଣ କରି ୫୦ମିଟର ଦୂରରେ ଥିବା ଏକ ଛୋଟ ପୋଖରୀ ଭିତରେ ପକାଇ ଦେଇ ପଳାଇ ଥିଲେ। ସେଠାରୁ ଗୁରୁତର ଆହତ ଅବସ୍ଥାରେ କିଛିଲୋକ ଉଦ୍ଧାର କରି ନିକଟସ୍ଥ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେଠାକାର ଡାକ୍ତର ତାଙ୍କୁ ବୌଦ୍ଧ ମେଡିକାଲକୁ ପଠାଇଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଏନେଇ ମୃତକଙ୍କ ପିତା ପୁରୁଣାକଟକ ଥାନାରେ ଏତଲା ଦେବାପରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିଛି। ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବୌଦ୍ଧ ଏସଡ଼ିପିଇଓ ଏବଂ ପୁରୁଣାକଟକ ଥାନା ଅଧିକାରୀ ଇନ୍ଦ୍ରପୁର ଗ୍ରାମକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ମୃତକଙ୍କ ପିତା ତାଙ୍କ ଏତଲାରେ ଲବ ବଗର୍ତ୍ତିଙ୍କର ଶାଶୁ ଓ ଶଳାଙ୍କ ନାଁ ଉଲ୍ଲେଖ କରିଥିବା ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ କହିବା ସହିତ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ମୃତ ଲବଙ୍କ ବିଧବା ପତ୍ନୀଙ୍କ ସହ୨ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe