ଶାଳୀକୁ କୁରାଢ଼ିରେ ହାଣି ହତ୍ୟା କରିବା ପ‌ରେ ଶାଶୂଙ୍କୁ ଦୁଷ୍କର୍ମ କଲା ଜ୍ବାଇଁ

Advertisment
ଶାଳୀକୁ କୁରାଢ଼ିରେ ହାଣି ହତ୍ୟା କରିବା ପ‌ରେ ଶାଶୂଙ୍କୁ ଦୁଷ୍କର୍ମ କଲା ଜ୍ବାଇଁ

123RF

ବଡ଼ବିଲ : ଶାଳୀ-ଭିିଣୋଇ ମଧ୍ୟରେ ବଚସା ହୋଇଥିଲା। ଶେଷରେ ରକ୍ତମୁଖା ହୋଇଗଲା ଭିିଣୋଇ। କୁରାଢ଼ିରେ ହାଣି ଶାଳୀକୁ ହତ୍ୟା କରିବା ପରେ ଶାଶୂଙ୍କ ହାତ ବାନ୍ଧି ଜୋର ଜବରଦସ୍ତ ଦୁଷ୍କର୍ମ କଲା। ଶେଷରେ ଶାଳୀର ମୃତଦେହକୁୁ ଫିଙ୍ଗି ଦେଇ କେଉଁଆଡ଼େ ଫେରାର ହୋଇଗଲା। ଏଭଳିି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ। ଘଟଣାର ଦୀର୍ଘ ୨୦ ଘଣ୍ଟା ପରେ ପୁଲିସ ବଲାଣି-କିରିବୁରୁ ଘାଟି ରାସ୍ତାର ଦୁଇଶହ ଫୁଟ ତଳୁ ମୃତଦେହ ଉଦ୍ଧାର କରିବା ସହ କେସ୍‌ ନମ୍ବର ୪୧/୨୧ ଦଫା ୩୭୬(୨ ଏଫ୍‌), ୩୦୨, ୨୦୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଝାଡ଼ଖଣ୍ଡ ରାଜ୍ୟର କିରିବୁରୁ ମୁର୍ଗାପଡ଼ାରେ ଦୁଇଝିଅଙ୍କୁ ନେଇ ରହୁଥିଲେ ଜଣେ ମହିଳା। ମହିଳାଙ୍କ ବଡ଼ଝିଅ କିଛିବର୍ଷ ତଳେ ସେହି ଅଞ୍ଚଳର ରୂପସିଂ ସିଦ୍ଧୁ (୩୫)ଙ୍କୁ ବିବାହ କରିିଥିଲେ। ହେଲେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ ରୂପସିଂ ଶ୍ବଶୁର ଘରକୁ ସବୁ ସମୟରେ ଯିବାଆସିବା କରୁଥିଲା। ସବୁଦିନ ପରି ଗତକାଲି ପୂର୍ବାହ୍ନ ୮ଟାବେଳେ ବଲାଣି ଥାନା ଅନ୍ତର୍ଗତ ବଲାଣି-କିରିବୁରୁ ରାସ୍ତା ନିକଟରେ ଥିବା ଜଙ୍ଗଲକୁ ଛତୁ ଓ କୁରୁକୁଟି (ନାଲି ପିମ୍ପୁଡ଼ି) ସଂଗ୍ରହ କରିବାକୁ ଶାଳୀ, ଭିଣୋଇ ଓ ଶାଶୂ ଯାଇଥିଲେ। ଜଙ୍ଗଲରେ କୌଣସି କାରଣରୁ ଶାଳୀ-ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ ରୂପସିଂ ଏକ କୁରାଢ଼ିରେ ହାଣି ଶାଳୀକୁ ହତ୍ୟା କରିଥିଲା। ହତ୍ୟା କରିବା ପରେ ମୃତଦେହକୁ ଘାଟି ରାସ୍ତାର ଦୁଇଶହ ମିଟର ତଳକୁ ଫୋପାଡ଼ି ଦେଇଥିଲା।

ଏତିକିରେ ଶାନ୍ତ ହୋଇ ନଥିଲା ରୂପସିଂ। ୫୦ ବର୍ଷୀୟା ଶାଶୂଙ୍କ ହାତ ବାନ୍ଧି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ମହିଳା ଜଣଙ୍କ ମୁର୍ଗାପଡ଼ାର ମୁଖିଆଙ୍କୁ ଖବର ଦେଇଥିଲେ। ମହିଳାଙ୍କୁ ସାଙ୍ଗରେ ନେଇ ମୁଖିଆ ଝାଡ଼ଖଣ୍ଡ କିରିବୁରୁ ଥାନାକୁ ଯାଇଥିଲେ। ଘଟଣା କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ ଘଟିଥିବାରୁ ବଲାଣି ଥାନାରେ ଅଭିଯୋଗ କରିବାକୁ କିରିବୁରୁ ଥାନା ଅଧିକାରୀ ପୀଡ଼ିତାଙ୍କୁ ପରାମର୍ଶ ଦେଇଥିଲେ।

ଗତକାଲି ଅପରାହ୍ନରେ ଗୋଟାଏ ବେ‌ଳେ ଏନେଇ ବଲାଣି ଥାନାରେ ଅଭିଯୋଗ ହୋଇଥିଲା। ଆଜି ମଧ୍ୟାହ୍ନ ୧୨ଟାବେଳେ ବଲାଣି ଥାନା ପୁଲିସ, ଅପରାହ୍ନ ୩ଟାବେଳେ ଅତିରିକ୍ତ ଏସ୍‌ପି ବିରଞ୍ଚି ପ୍ରସାଦ ଦେହୁରୀ ଓ ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଶେଖର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇଶହ ଫୁଟ ତଳେ ଶବ ପଡ଼ିଥିବାରୁ ଉଦ୍ଧାର କରିବା ପୁଲିସ ପକ୍ଷେ ସମ୍ଭବ ନଥିଲା। ଏ ସମ୍ପର୍କରେ ବଡ଼ବିଲ ଅଗ୍ନିଶମ ବାହିନୀକୁୁ ଖବର ଦିଆଯାଇଥିଲା।

ଫାୟାରମ୍ୟାନ୍‌ କୀର୍ତ୍ତିଚନ୍ଦ୍ର ବିଶ୍ବାଳ, ସୁଶୀଲ କିଷାନ, ସଂଜୟ କିଷାନ, କାଶିନାଥ ସାହୁ, ତରୁଣ କୁମାର ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଖୁବଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe