ବାପ ଭୁଲିଗଲା ସଂପର୍କ, କୁରାଢ଼ିରେ ହାଣି ପୁଅକୁ କଲା ହତ୍ୟା

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ଦେବଗଡ଼: ବାପାର କୁରାଢ଼ି ଚୋଟରେ ଘଟିଛି ପୁଅର ମୃତ୍ୟୁ। ତେଣେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି। ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ। ପ୍ରାପ୍ତ ସୂଚନାନୁସାରେ ରାତିରେ ଔତଳ ଗ୍ରାମର ବାପା ତ୍ରିବନ ମୁଣ୍ଡା (୫୦) ଓ ପୁଅ ରବି ମୁଣ୍ଡା (୨୬)ଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ତ୍ରିବନ କୁରାଢ଼ିରେ ରବିଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାରକୋଟ ଡାକ୍ତରଖାନା ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଜି ରବିଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ବାରକୋଟ ଥାନାରେ ଅଭିଯୋଗ ପରେ ପୁଲିସ୍‌ ଥାନା କେସ୍‌ ନଂ ୪୩୭/୨୧, ଆଇପିସିର ଦଫା ୩୪୧, ୨୯୪, ୫୦୬, ୩୨୩, ୩୦୭ ଓ ୩୦୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ତ୍ରିବନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ହତ୍ୟାରେ ବ୍ୟବହୃତ କୁରାଢ଼ିକୁ ପୁଲିସ ଜବତ କରିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe