ସମ୍ବଲପୁର: ମାଆକୁ ପିଟି ପିଟି ହତ୍ୟା କଲା ପୁଅ

Advertisment
ସମ୍ବଲପୁର: ମାଆକୁ ପିଟି ପିଟି ହତ୍ୟା କଲା ପୁଅ

ସମ୍ବଲପୁର: ସମ୍ବଲପୁରରେ ଘଟିଛି ଏକ ଅତ୍ୟନ୍ତ ଅମାନବୀୟ ଘଟଣା। ମାଆ ପୁଅର ସମ୍ପର୍କକୁ ନନ୍ଦିତ କରି ଜଣେ ଯୁବକ ତାଙ୍କ ନିଜ ମାଆଙ୍କୁ ହତ୍ୟା କରିବା ପରି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ପେଡ଼ାଖୋଲ ଗାଁରେ ଜଣେ ଯୁବକ ନିଜ ମାଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି। ଆଜି ସକାଳୁ ଏହି କଥା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପଞ୍ଚି ଅଭିଯୁକ୍ତ ପୁଅକୁ ଧରି ଥାନାକୁ ଆଣିବା ସହିତ ମୃତ ମାଆର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପେଡ଼ାଖୋଲ ଗାଁର ବୈରାଗୀ ବେହେରାଙ୍କ ପତ୍ନୀ ସେବତୀ ବେହେରା(୪୮ ବର୍ଷ)ଙ୍କୁ ତାଙ୍କ ପୁଅ ପ୍ରଶାନ୍ତ ବେହେରା(୨୫ ବର୍ଷ) କୌଣସି କାରଣରୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଘରେ ବୈରାଗୀ ନ ଥିବା ବେଳେ ପୁଅ ପ୍ରଶାନ୍ତ ନିଜ ମାଆଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ତେବେ ଏ କଥା ଗାଁ ଲୋକେ ଜାଣିବା ପରେ ପୁଲିିସକୁ ଏ ନେଇ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe