ଭୁଲିଗଲା ବାତ୍ସଲ୍ୟ ମମତା: ମା’ର ତଣ୍ଟି କାଟିଲା ପୁଅ, ଅଖାରେ ପୁରାଇ ମୃତଦେହ ଲୁଚାଇଲା

ଭୁଲିଗଲା ବାତ୍ସଲ୍ୟ ମମତା: ମା’ର ତଣ୍ଟି କାଟିଲା ପୁଅ, ଅଖାରେ ପୁରାଇ ମୃତଦେହ ଲୁଚାଇଲା

ବରଗଡ଼/ବରପାଲି: ମା’ର ବାତ୍ସଲ୍ୟ ମମତା ଭୁଲିଯାଇଛି ପୁଅ। ସାମାନ୍ୟ ବଚସାରୁ ଉତ୍ତେଜିତ ହୋଇ ମା’ଙ୍କୁ ପୁଅ ହତ୍ୟା କରିଛି। ଏହା ପରେ ମୃତଦେହକୁ ଅଖାରେ ପୁରାଇ ଦେଇଛି। ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ କୋଶଳା ସାହୁ(୬୦)। ପୁଲିସ ଅଭିଯୁକ୍ତ ବିଦ୍ୟାଧର ସାହୁ (୩୨)କୁ ଗିରଫ କରିଛି।

ସୂଚନା ଅନୁସାରେ କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା କୋଶଳ। ସାହୁ ନିଜ ପୁଅ ବିଦ୍ୟାଧର ସାହୁ (୩୨)ଙ୍କ ସହ ରହୁଥିଲେ। ବିଦ୍ୟାଧର ବିବାହିତ ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ନିଜ ପାଖରେ ରହୁଥିଲେ। ବିଦ୍ୟାଧରଙ୍କ ପତ୍ନୀ କିଛି ଦିନ ହେବ ମା’ ଘରେ ରହୁଛନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ କୌଣସି ଏକ ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମାଙ୍କ ତଣ୍ଟିକୁ ବ୍ଲେଡ୍‌ରେ ବାରମ୍ବାର କାଟି ପକାଇଥିଲା । ମା’ ଜୋର୍‌ରେ ଚିତ୍କାର କରିବାରୁ ଏକ ଅଖା ବସ୍ତା ରେ ଭର୍ତ୍ତି କରି ଦେଇଥିଲା।

ବରପାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧର କୁ ଗିରଫ କରି ଥାନା କୁ ଆଣିଥିଲେ ଏବଂ ଶବ କୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଯାଇଛି । ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସାଇଣ୍ଟିଫିକ ଦଳ ପହଞ୍ଚି ଏହାର ତଦନ୍ତ ଖବର ଦେବା ପର୍ଯ୍ୟନ୍ତ ଜାରି ରଖିଥିଲେ । ପୁତ୍ର ନିଜ ଜନ୍ମିତ ମା କୁ ନୃଶଂସ ଭାବରେ ହତ୍ୟା ଘଟଣା ଅଞ୍ଚଳ ରେ ଚାନ୍ଚଲ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe