ଟଙ୍କା ନ ଦେବାରୁ ପଥରରେ ଛେଚି ମା’କୁ ହତ୍ୟା କଲା ପୁଅ 

Advertisment
ଟଙ୍କା ନ ଦେବାରୁ ପଥରରେ ଛେଚି ମା’କୁ ହତ୍ୟା କଲା ପୁଅ 

ରିଆମାଳ: ଟଙ୍କା ନଦେବାରୁ ପଥରରେ ଛାଚି ମା’କୁ ହତ୍ୟା କରିଛି ପୁଅ। ଏହି ଘଟଣାରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ କାଲଚିପୁଡ଼ାଡିହି ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ଦେହୁରୀଙ୍କ ପୁଅ ହେମନ୍ତ ଦେହୁରୀ(୪୦) ଶନିବାର ସନ୍ଧ୍ୟାରେ ନିଜ ବୃଦ୍ଧା ମା’ ତୁଲସା ଦେହୁରୀ (୭୫)ଙ୍କୁ ହାତ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା। ମାତ୍ର ତୁଲସା ଟଙ୍କା ଦେବା ପାଇଁ ମନା କରିବା ସହ ପୁଅ ହେମନ୍ତକୁ ରୋଜଗାର କରିବାକୁ ପରାମର୍ଶ ଦେଇ ଶୋଇବା ପାଇଁ ଚାଲି ଯାଇଥିଲେ। ଏଥିରେ ଉତ୍ତେଜିତ ହୋଇ ହେମନ୍ତ ଶୋଇଥିବା ଅବସ୍ଥାରେ ମା’ ତୁଲସାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ପଥରରେ ଛେଚିବା ପରେ ତୁଲସାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଦେଖି ହେମନ୍ତ ଗ୍ରାମ ନିକଟରେ ଶାଶୂଘରେ ରହୁଥିବା ଭଉଣୀ ସଂଯୁକ୍ତା ବେହେରାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପ୍ରକାଶ କରି ଫେରାର ହୋଇଯାଇଥିଲା। ସଂଯୁକ୍ତା ତୁରନ୍ତ ଘରକୁ ଆସି ପାଖ ପଡ଼ୋଶୀଙ୍କ ସହାୟତାରେ ଗୁରୁତର ମା’ ତୁଲସାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତୁଲସାଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଗତକାଲି ସଂଯୁକ୍ତା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରିଆମାଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ହେମନ୍ତ ନିଜ ମା’କୁ ହତ୍ୟା କରିଥିବା ଜାଣିବା ପରେ ମଙ୍ଗଳବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭାରପ୍ରାପ୍ତ ଥାନାଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe