ଚଉଠି ଦିନ ବାପାକୁ ହତ୍ୟା କରି ଜେଲ ଗଲା ପୁଅ

Advertisment
ଚଉଠି ଦିନ ବାପାକୁ ହତ୍ୟା କରି ଜେଲ ଗଲା ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ପୋଡାସିମିଳା ଗାଁ କୁନ୍ଦୁରୁ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚଉଠି ପିଣ୍ଡ ପକାଇ ମନ୍ଦିରରୁ ଦିଅଁ ଦର୍ଶନ ସାରି ଘରକୁ ଫେରିବା ପରେ ପୁଅ ତାର ନିଜ ବାପାକୁ ହାଣି ହତ୍ୟା କରିବା ଘଟଣା ସମଗ୍ର ଗ୍ରାମରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। । ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, କୁଶ ନାଏକଙ୍କ ଦ୍ଵିତୟ ପତ୍ନୀଙ୍କ ପୁତ୍ର ସୁନୀଲ ନାଏକ। ସୁନୀଲଙ୍କର ଗତ ଚାରିଦିନ ତଳେ ବିବାହ ହୋଇଥିଲା। ଆଜି ଥିଲା ତାଙ୍କ ଚତୁର୍ଥୀ। କିନ୍ତୁ ଆଜି କୌଣସି କାରଣରୁ ବିବାହକୁ ନେଇ ବାପ-ପୁଅ ମଧ୍ୟରେ କଳହ ହୋଇଥିଲ। ଏହି କଳହକୁ ନେଇ ପୁଅ ସୁନୀଲ ଉତ୍ତ୍ୟକ୍ତ ହୋଇଯାଇଥିଲା।

publive-image

ତେବେ ଆଜି ଚତୁର୍ଥୀ ପୂଜା ସାରି ସ୍ୱାମୀ ସ୍ତ୍ରୀ ଦୁହେଁ ମନ୍ଦିରକୁ ଯାଇଥିଲେ। ସେଠାରୁ ଫେରିବା ପରେ ପୁଅ ସୁନୀଲ ରାଗରେ କୋଦାଳରେ ବାପା କୁଶ ନାଏକଙ୍କୁ ପିଟି ପିଟି ହତ୍ୟା କରିଥିଲା। ଖବର ପାଇ ବାରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ପୁଅ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ବାରିଆ ଥାନା ପୁଲିସ କେସନଂ୪୩/୨୦ରେ ହତ୍ୟା ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe