ସୋନପୁରରେ ସେକ୍ସ ରାକେଟ୍ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment
ପୁନେରେ ସେକ୍ସ ରାକେଟ୍ ଠାବ, ଭୋଜପୁରୀ ଅଭିନେତ୍ରୀଙ୍କ ସହ ୨ ଉଦ୍ଧାର

Laksha Maharashtra

ସୋନପୁର: ସୋନପୁର ରାମକୃଷ୍ଣ ନଗରଠାରେ ଗତ ମାସ ୬ତାରିଖରେ ସୋନପୁର ପୁଲିସ ଦ୍ବାରା ଠାବ ହୋଇଥିଲା ସେକ୍ସ ରାକେଟ୍‌। ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବରାଜ ମେହେରଙ୍କୁ ଶୁକ୍ରବାର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦେବରାଜର ଘର ବୀରମହାରାଜପୁର ଥାନା କେନ୍ଦୁପାଲି ଗାଁର ବୋଲି ଜଣାଯାଇଛି। ସେହିପରି ଏହି ଘଟଣାର ସଂପୃକ୍ତ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ମତେ ଅଭିଯୁକ୍ତ ଦେବରାଜ ଗତ ଅଗଷ୍ଟ ମାସରୁ ରାମକୃଷ୍ଣ ନଗରରେ ୧୦ହଜାର ମାସିକ ଦରରେ ଏକ ଘର ଭଡ଼ାରେ ନେଇଥିଲା। ସେଠାରେ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି ବାହାର ରାଜ୍ୟରୁ ଦେହଜୀବୀଙ୍କୁ ଡକାଇ ଦେହ ବ୍ୟବସାୟ ଚଲାଉଥିଲା। ଗତ ମାସ ୬ତାରିଖ ଦିନ ଏନେଇ ସୋନପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ନିକଟକୁ ଖବର ଆସିଥିଲା।

ଏହାପରେ ପୁଲିସ ପକ୍ଷରୁ ଉକ୍ତ ଘରେ ଚଢ଼ଉ କରାଯାଇ ସେଠାରୁ ୨ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏଥିରେ ସଂପୃକ୍ତ ଜଣେ ଦଲାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ଜଣ ଘଟଣା ସ୍ଥଳରୁ କୌଶଳକ୍ରମେ ଫେରାର ହୋଇଯାଇଥିଲେ। ଇନ୍ସପେକ୍ଟର ରାଜେନ୍ଦ୍ର ମଣ୍ତଳ ଏହି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe