ସୋନପୁରର ଗୋଲ୍‌ଡେନ ଗାର୍ଲ ଦିବ୍ୟାଶା ହେଲେ ଜାତୀୟ ରିନାଉନ୍ ସୁଟର୍‌

Advertisment
ସୋନପୁରର ଗୋଲ୍‌ଡେନ ଗାର୍ଲ ଦିବ୍ୟାଶା ହେଲେ ଜାତୀୟ ରିନାଉନ୍ ସୁଟର୍‌

ବୀରମହାରାଜପୁର/ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ମଝିପଡ଼ାର ୧୩ ବର୍ଷ ବୟସର ଝିଅ ଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦାର ଜାତୀୟ ସ୍ତରରେ ସୁଟିଂର କମାଲ ଦେଖାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଡା. କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ନଭେମ୍ବର ୧୮ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ପିସ୍ତଲ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିବା ଦିବ୍ୟାଶା ୧୦ ମିଟର ଏୟାର ପିସ୍ତଲ (ଉପକନିଷ୍ଠ ଯୁବ)ରେ ୫୨୮ ଅଙ୍କ ହାସଲ କରି ଜାତୀୟ ରିନାଉନ୍ ସୁଟର ବିବେଚିତ ହୋଇଛନ୍ତି।

ଫଳରେ ଖୁବ୍ କମ ଦିନରେ ଦିବ୍ୟାଶା ଭାରତୀୟ ଦଳରେ ଯୋଗଦେବାର ଆଶା ଉଜ୍ଜ୍ବଳ ହୋଇଛି। ଦିବ୍ୟାଶା ରିନାଉନ୍ ସୁଟର ଯୋଗ୍ୟତା ହାସଲ ପରେ ଖେଳିବା ପାଇଁ ବିଦେଶରୁ ବନ୍ଧୁକ/ପିସ୍ତଲ ଆମଦାନୀରେ ଜିଏସ୍‌ଟି ଛାଡ଼ ପାଇବେ ଏବଂ ସିଧାସଳଖ ୨ ବର୍ଷ ପର୍ଯ୍ୟନ୍ତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଦିବ୍ୟାଶାଙ୍କ କହିବା କଥା ଯେ ଓଡ଼ିଶା ରାଇଫଲ୍ ସଂଘର ସହଯୋଗ ଫଳରେ ଏହା ସମ୍ଭବ ହୋଇପାରିଛି। ଆହୁରି ପରିଶ୍ରମ କରି ଜାତୀୟ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଅଂଶଗ୍ରହଣ ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ଏଣୁ ପ୍ରାୟୋଜକ ପାଇଁ ସରକାରୀ/ବେସରକାରୀ ସଂସ୍ଥାକୁ ଅନୁରୋଧ କରିଛନ୍ତି। ଦିବ୍ୟାଶା ହେଉଛନ୍ତି ଦିଲୀପ ଚୋପଦାର ଓ ସୁସୁଶ୍ରୀ ଚୋପଦାରଙ୍କ ଝିଅ। ଦିବ୍ୟାଶା ଏବେ ତାଳଚେର ଏମ୍‌ସିଏଲ୍ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe