ରିଲିଜ୍ ହେଲା ଗୀତ: ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ..

Advertisment
ରିଲିଜ୍ ହେଲା ଗୀତ: ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ..

କଟକ : ‘ଭଉଣୀ ବାନ୍ଧିଲା ରାକ୍ଷୀରେ ଭାଇ ତ ରଖିଲା ମାନ....ଭୁଲି ତ ହେବନି କେବେରେ ନବୀନ ବାବୁଙ୍କ ଦାନ...ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ରଖିଲେ ଓଡ଼ିଶାର ସନମାନ...। ‘ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ’ ଶୀର୍ଷକରେ ଆଜି ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି ଏଭଳି ଏକ ଗୀତ। ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ କଟକର ରାଜାବଗିଚା ଲେବର କଲୋନି ଠାରେ ଥିବା ଏସ୍‌ଏସ୍ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି।

ବନ୍ଦେ ମାତରମ୍‌ରୁ ଆରମ୍ଭ ହୋଇଥିବା ଏହି ଗୀତରେ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ କାହାଣୀ, ବିଶେଷକରି ଓଡ଼ିଶାବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଭଳି ଘଟଣାବଳୀକୁ ଗୀତରେ ଉଲ୍ଲେଖ କରିଛନ୍ତି ଗୀତିକାର। ଗୀତକୁ ଗାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ସୋନୁ। ଗୀତିକାର ବିଭୂତି ସ୍ବାଇଁ ଗୀତଟିକୁ ଲେଖିଥିବା ବେଳେ ତାହାକୁ ସ୍ବରରେ ସଜାଇଛନ୍ତି ସୁଧାଂଶୁ କୁମାର ସୁବୁଦ୍ଧି। ବିଭୂତି ସ୍ବାଇଁ ୟୁଟ୍ୟୁବ ଚ୍ୟାନେଲରେ ଆଜି ଏହି ଗୀତ ରିଲିଜ ହୋଇଛି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ‘ ଗୀତ ଲେଖି ଭିନ୍ନ ଢଙ୍ଗରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇବାକୁ ଇଚ୍ଛା କରିଥିଲି। ଏବଂ ଆଜି ତାହା ପୂରଣ ହୋଇ ପାରିଛି ’, ବୋଲି କହିଛନ୍ତି ଗୀତିକାର ବିଭୂତି ସ୍ବାଇଁ। ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇବାର ଇଏ ଆମ ପାଇଁ ଏକ ଗୌରବମୟ ଅବସର ବୋଲି କହିଛନ୍ତି ଏହି ଗୀତଟିକୁ ଗାଇଥିବା କଣ୍ଠଶିଳ୍ପୀ କୁମାର ସୋନୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe