ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ଲାଗି ବିଶେଷ ବ୍ୟବସ୍ଥା

Advertisment
ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ଲାଗି ବିଶେଷ ବ୍ୟବସ୍ଥା

Sambad

ରାଉରକେଲା: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ଉପରେ ଗୁରୁତ୍ୱ ଦିଆଯିବା ସହିତ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଛି। ଷ୍ଟେସନର ଟିକେଟ କାଉଣ୍ଟର, ବିଶ୍ରାମସ୍ଥଳୀ ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାଯାଉଛି। ଷ୍ଟେସନରେ ଯେପରି ଗହଳି ନହେବ ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯେଉଁ ଯାତ୍ରୀମାନେ ବାହାରୁ ଆସୁଛନ୍ତି ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି। ତା’ଛଡ଼ା ସେମାନଙ୍କର ଯାତ୍ରା ବିବରଣୀ ସମ୍ପର୍କରେ ଜାଣିବା ଲାଗି ପଞ୍ଜୀକରଣ କରାଯାଉଛି।

ଏହି ପଞ୍ଜୀକରଣ କେନ୍ଦ୍ରରେ ଯାତ୍ରୀମାନେ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ କୋଭିଡ୍ ଟିକାର ସାର୍ଟିଫିକେଟ୍ ଦେଖାଉଛନ୍ତି। ଯେଉଁମାନଙ୍କ ପାଖରେ ନେଗେଟିଭ୍ ରିପୋର୍ଟ କିମ୍ବା ସାର୍ଟିଫିକେଟ୍ ନାହିଁ ସେମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି। ଏହି ପରୀକ୍ଷା ଲାଗି ଷ୍ଟେସନରେ ବ୍ୟବସ୍ଥା କରାଯାଇଛି। ଯେଉଁ ଯାତ୍ରୀମାନଙ୍କ ପାଖରେ କିଛି ଲକ୍ଷଣ ଦେଖାଯାଉଛି କିମ୍ବା ଆଣ୍ଟିଜେନ୍ ରିପୋର୍ଟ ପଜିଟିଭ୍ ଆସୁଛି ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe