ପାଠପଢ଼ା ଲାଗି ମୋବାଇଲ ନଥିବାରୁ ଦାଦନ ଖଟିବାକୁ ଯାଉଥିଲା ୯ମ ଶ୍ରେଣୀ ଛାତ୍ର, ଦଲାଲ୍ ହାବୁଡ଼ରୁ ଅଳ୍ପକେ ବର୍ତ୍ତିଲେ

Advertisment

ସହଯୋଗର ହାତ ବଢାଇଲା ଜୟ ମାଲକାନଗିରି ଗ୍ରୁପ

ସହଯୋଗର ହାତ ବଢାଇଲା ଜୟ ମାଲକାନଗିରି ଗ୍ରୁପ

ପାଠପଢ଼ା ଲାଗି ମୋବାଇଲ ନଥିବାରୁ ଦାଦନ ଖଟିବାକୁ ଯାଉଥିଲା ୯ମ ଶ୍ରେଣୀ ଛାତ୍ର, ଦଲାଲ୍ ହାବୁଡ଼ରୁ ଅଳ୍ପକେ ବର୍ତ୍ତିଲେ

ମାଲକାନଗିରି: ମହାମାରୀ କରୋନା ଯୋଗୁଁ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡା ହୋଇଥିଲା। ଏବେ ଲକ୍ ଡାଉନ କୋହଳ ହେଉଥିବାରୁ ପୁଣି ଦାଦନ ଖଟିବାକୁ ଶ୍ରମିକମାନେ ବାହାରି ପଡ଼ିଛନ୍ତି| ମାଲକାନଗିରି ଜିଲ୍ଲାର ବହୁ ଆଦିବାସୀ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି, ଯାହାର ଖବର ଶ୍ରମ ବିଭାଗ ପାଖରେ ନାହିଁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ସହରରେ।

କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ସରକାର ଅନଲାଇନ୍ ପାଠପଢା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ବ୍ୟବସ୍ଥା ପାଇଁ ଜଣେ ମେଧାବୀ ଛାତ୍ରଙ୍କ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଅନଲାଇନ୍ କ୍ଲାସ କରିବା ପାଇଁ ସ୍ମାର୍ଟଫୋନ୍ ନ ଥିବାରୁ ପାଠ ଛାଡି ଦାଦନ ଖଟିବାକୁ ବାହାରିଥିଲେ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୁରେନ୍ଦ୍ର ଖରା। କିନ୍ତୁ ଠିକ ସମୟରେ ତାଙ୍କୁ ଉଦ୍ଧାର କରିଥିଲେ ଜୟ ମାଲକାନଗିରି ସଙ୍ଘଠନର ଯୁବକମାନେ | ଏବେ ସୁରେନ୍ଦ୍ରଙ୍କ ପାଠ ପଢା ପାଇଁ ଥିବା ଇଚ୍ଛାଶକ୍ତି ଏବଂ ତାଙ୍କ ସଙ୍ଘର୍ଷର କଥା ଶୁଣି କାଲିମେଳା ତହସିଲଦାର ତାଙ୍କୁ ଏକ ସ୍ମାର୍ଟ ଫୋନ ଯୋଗାଇ ଦେବା ସହ ପାଠପଢାର ସବୁ ଖର୍ଚ୍ଚ ବୁଝିବେ ବୋଲି କହିଛନ୍ତି ।

ସୂଚନା ମୁତାବକ, ମାଲକାନଗିରି ବ୍ଲକର ସିନ୍ଧ୍ରିମାଳ ପଞ୍ଚାୟତର ବିଜାଘାଟି ଗ୍ରାମର ୩ ଜଣ ନାବାଳକ ସହ ୫ ଜଣ ଯୁବକଙ୍କୁ ମାଲକାନଗିରି ଆଶୀର୍ବାଦ କଲୋନୀର ଅସୀମ ସରଦାର ନାମକ ଦଲାଲ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଭଦ୍ରାଞ୍ଚଲମରେ କାମ ଅଛି କହି ନେଉଥିଲା। କିନ୍ତୁ ଅଟୋରେ ଯାଉଥିବା ବେଳେ ପିଲାମାନେ ଜାଣିପାରିଲେ ଯେ, ସେମାନେ ଭଦ୍ରାଞ୍ଚଲମ୍ ବଦଳରେ ବେଙ୍ଗାଲୁରୁ ଯାଉଛନ୍ତି। ଏ ନେଇ ଯୁବକମାନେ ଦଲାଲକୁ ପଚାରିବାରୁ ସେ କହିଥିଲା ଯେ, ତୁମେ ବେଙ୍ଗାଲୁରୁ ଯିବ ଏବଂ ସେଠି ବହୁତ ଟଙ୍କା ମିଳିବ। ତେବେ ଏହି ଯୁବ ଶ୍ରମିକମାନେ ଅଟୋରୁ ଓହ୍ଲାଇ ପଡିଥିବା ବେଳେ ଦଲାଲ ସହ ଯିବେ ନାହିଁ ବୋଲି କହିଥିଲେ। ଏହି ଯୁବ ଶ୍ରମିକମାନେ ହେଲେ ବିଜାଘାଟି ଗ୍ରାମର ସୁରେନ୍ଦ୍ର ଖରା, ଅଭି ଗଲୋରୀ,ଶଂକର କାବାସି, ଜୟରାମ ଖିଲ ଏବଂ ପେଦା କାବାସୀ।

publive-image

ଏହି ସମୟରେ ସ୍ଥାନୀୟ ଜୟ ମାଲକାନଗିରି ଗ୍ରୁପର ସ୍ବେଚ୍ଛାସେବୀମାନେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଏହି ଘଟଣା ଦେଖି ଅଟକି ସମସ୍ତ ବିଷୟ ପଚାରି ବୁଝିଥିଲେ। ସବୁ ଜାଣିବା ପରେ ତୁରନ୍ତ ମାଲାକନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କୁ ଫୋନ ଯୋଗେ ଜଣାଇ ଦଲାଲ ଅସୀମକୁ ଗିରଫ କରାଇଥିଲେ। ଏହି ପିଲାମାନଙ୍କ ମଧ୍ୟରୁ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢୁଥିବା ସୁରେନ୍ଦ୍ର ଖରାକୁ କାହିଁକି ଦାଦନ ଖଟିବାକୁ ଯାଉଥିବା ନେଇ ପଚରାଯିବାରୁ ସେ ମୋବାଇଲ ପାଇଁ କାମ କରିବାକୁ ଯାଉଥିବା କହିଥିଲା। ନବୋଦୟ ବିଦ୍ୟାଳୟରେ ଅନଲାଇନରେ ପାଠ ପଢାଯାଉଥିବା ବେଳେ ସମସ୍ତଙ୍କ ପାଖରେ ମୋବାଇଲ ଅଛି କିନ୍ତୁ ମୋ ପାଖରେ ନାହିଁ ବୋଲି ଅତି ଦୁଃଖର ସହ କହିଥିଲା ସୁରେନ୍ଦ୍ର ।

ସବୁ ଜାଣିବା ପରେ ଜୟ ମାଲକାନଗିରି ଗ୍ରୁପର ବସନ୍ତ ନାୟକ,ବରୁଣ ଡୁରୁକା,ମାନସ ବେହେରା,ଲକ୍କି ପ୍ରମୁଖ ସୁରେନ୍ଦ୍ରକୁ ଘରକୁ ଯିବାକୁ କହିଥିଲେ। ପରେ ଜୟ ମାଲକାନଗିରି ଗ୍ରୁପର ଉପଦେଷ୍ଟା କାଲିମେଳା ବ୍ଲକର ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ସବୁ ଜଣାଇବାରୁ ସେ ସୁରେନ୍ଦ୍ରଙ୍କୁ ସ୍ମାର୍ଟଫୋନ ଦେବା ସହ ବର୍ଷକ ପାଇଁ ତାଙ୍କ ପଢାଖର୍ଚ ଉଠାଇବେ ବୋଲି କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe