ବୋରୱେଲରୁ ମିଳୁଛି ସୁନା ଭଳି ଗୁଣ୍ଡ: ଘଟଣାସ୍ଥଳରେ ପହଞ୍ଚି ତଦାରଖ କଲେ ଭୂତତ୍ତ୍ବବିଶେଷଜ୍ଞ

ବୋରୱେଲରୁ ମିଳୁଛି ସୁନା ଭଳି ଗୁଣ୍ଡ: ଘଟଣାସ୍ଥଳରେ ପହଞ୍ଚି ତଦାରଖ କଲେ ଭୂତତ୍ତ୍ବବିଶେଷଜ୍ଞ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାନବାହାଲି ଠାରେ ବୋରୱେଲ ଖୋଳାଯାଇଥିବା ବେଳେ ସେଠାରୁ ସୁନା ସଦୃଶ ଗୁଣ୍ଡ ବାହାରିବାକୁ ନେଇ ମଙ୍ଗଳବାର ଭୂତତ୍ତ୍ବ ବିଶେଷଜ୍ଞ ପରିଦର୍ଶନ କରିଛନ୍ତି। ବଲାଙ୍ଗୀର ଭୂତତ୍ତ୍ବ ଯୁଗ୍ମ ନିର୍ଦ୍ଦେଶକ ଏନ୍‌ଏନ୍‌ ସିଂହଦେଓ ନେତୃତ୍ବରେ ଏକ ତିମ୍ ପହଂଚି ତଦାରଖ କରି ଫେରି ଯାଇଥିବା ବେଳେ ସୁନା କି ଅନ୍ୟ କେଉଁ ଧାତୁ ତାହା ପରୀକ୍ଷା କଲେ ଜଣାପଡ଼ିବ ବୋଲି କହିଛନ୍ତି।

publive-image

ସୂଚନାଯୋଗ୍ୟ, ହରିଶଙ୍କର ନିକଟସ୍ଥ ଗ୍ରାମ ତଥା ନାନ୍ଦୁପଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛଞ୍ଚନବାହାଲି ଗ୍ରାମରେ ରହୁଥିବା ମହମ୍ମଦ ଜାଭେଦ ଦେୱର ନିଜ ଜମିରେ ଗତ ମାସେ ତଳେ ଏକ ନଳକୂପ ଖନନ କରିଥିଲେ। ଗତ ୧୮ ତାରିଖରେ ସେ ପ୍ରଥମ କରି ମୋଟର ପମ୍ପ ଲଗାଇଥିଲେ। ପରେ ୨୧ ତାରିଖରେ ପମ୍ପ ଲଗାଇ ପାଣି ବାହାର କରିଥିଲେ। ସେହି ସମୟରେ ପ୍ରଥମେ ସଫା ପାଣି ବାହାରିଥିବା ବେଳେ ପରେ କିନ୍ତୁ ମଇଲା ତଥା ହଳଦିଆ ପାଣି ବାହାରିଥିଲାା ସମ୍ପୃକ୍ତ ପାଣିକୁ ପିଇବା ପାଇଁ ମହମ୍ମଦ ଛାଣିବାରୁ ସେଠାରୁ ହଳଦିଆ ରଙ୍ଗର ଧାତୁ ବାହାରିଥିଲା, ଯାହା ତାଙ୍କ ଚକିତ କରିଥିଲାା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe