ନକଲି ସସ୍‌ କାରଖାନା ଠାବ, ୨୨୦ ପେଟି ଜବତ, ଗୋଦାମ ସିଲ୍

Advertisment
ନକଲି ସସ୍‌ କାରଖାନା ଠାବ, ୨୨୦ ପେଟି ଜବତ, ଗୋଦାମ ସିଲ୍

ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗଣପତିନଗରରୁ ଠାବ ହୋଇଛି ଏକ ନକଲି ସସ୍‌ କାରଖାନା । ସକାଳେ ବେଆଇନ ଗୁଟ୍‌ଖା କାରଖାନା ଧରାପଡ଼ିଥିବା ବେଳେ ରାତିରେ ଧରାପଡ଼ିଛି ନକଲି ସସ୍‌ କାରବାର । ଗଣପତିନଗରରେ ଥିବା ସେହି ସସ୍‌ ଗୋଦାମକୁ ପୁଲିସ ସିଲ୍‌ କରିଛି । ଜନୈକା ମହିଳା ଏହି କାରବାର ଚଳାଉଥିଲେ ବୋଲି ତଦନ୍ତରେ ଜଣାପଡ଼ିଛି । ସେହି ଫ୍ୟାକ୍ଟ୍ରିର ଗୋଦାମରୁ ୨୨୦ପେଟି ଟମାଟୋ, ଚିଲି ଓ ସୋୟା ସସ୍‌ ଜବତ ହୋଇଛି ।

ସେଠାରେ ଅତ୍ୟନ୍ତ ନିମ୍ନମାନର ସସ୍‌ ତିଆରି କରି ବଜାରରେ ବିକ୍ରି କରାଯାଉଥିଲା ବୋଲି ଜଣାପଡ଼ିଛି । ତେବେ ଏହି କାରବାର ପଛରେ ଆଉ କାହାର ହାତ ରହିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି । ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ୍‌, ଫାଷ୍ଟଫୁଡ୍‌ ଦୋକାନରେ ଏହି ନକଲି ସସ୍‌ ବ୍ୟବହାର ହେଉଥିଲା ବୋଲି ଜଣାପଡ଼ିଛି । ଅତ୍ୟନ୍ତ ନିମ୍ନମାର ସାମଗ୍ରୀ ବ୍ୟବହାର କରି ସେଠାରେ ସସ୍‌ ପ୍ରସ୍ତୁତ ହେଉଥିଲା। ପୁଲିସ କୌଣସି ସୂତ୍ରରୁ ଖବର ପାଇ ରାତିରେ ସେଠାରେ ଚଢ଼ଉ କରି ଗୋଦାମ ସିଲ୍‌ କରିଛି। ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପ୍ରମୁଖ ଚଢ଼ଉରେ ବେଳେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe