ଶ୍ରୀରାମନବମୀରେ ନଗର ପରିକ୍ରମା କଲେ ହଜାର ହଜାର ଶ୍ରଦ୍ଧାଳୁ

Advertisment
ଶ୍ରୀରାମନବମୀରେ ନଗର ପରିକ୍ରମା କଲେ ହଜାର ହଜାର ଶ୍ରଦ୍ଧାଳୁ

Sambad

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମରେ ମର୍ଯ୍ୟ‌ାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଆଜି ମହାସମାରୋହରେ ପାଳନ କରାଯାଇଛି। ଏଥିପାଇଁ ରୁପ୍ରା ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଅଞ୍ଚଳର ଜନସାଧାରଣ ଓ ଯୁବଗୋଷ୍ଠୀ ଏହି ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୧୫ଦିନ ହେବ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଜି ବଡି ଭୋରରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ କରିବା ସହ ରୁପ୍ରା ଗ୍ରାମର ପ୍ରତ୍ୟେକ ପରିବାର ତରଫରୁ ଦୁଆର ମୁହଁରେ କଳସ ସ୍ଥାପନ କରାଯାଇଥିଲା। ପରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଚିତ୍ର ଧରି ହଜାର ସଂଖ୍ୟାରେ ସମବେତ ହୋଇଥିବା ଶ୍ରଦ୍ଧାଳୁ ଗ୍ରାମ ପରିକ୍ରମା କରିଥିଲେ, ପରିବେଶ ଗେରୁଆ ମୟ ଦେଖାଯାଇଥିବା ବେଳେ ଜୟ ଶ୍ରୀରାମ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

publive-image Sambad

ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଉତ୍ସବ ପାଳନ କରାଯାଇଥିବାରୁ ଗାଁରେ ସମସ୍ତଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ଦେଖା ଯାଇଥିଲା। ଏହି ଉତ୍ସବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓ ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ଗୌରଚନ୍ଦ୍ର ଭୋଇଙ୍କ ସମେତ ଅଞ୍ଚଳର ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ। ରଘୁକୂଳ କଳା ସାଂସ୍କୃତିକ ଅନୁଷ୍ଠାନ ରୁପ୍ରାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe