Sambad
ଜୟପୁର: ଶ୍ରୀରାମ ଜନ୍ମଭୂମି ଆଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ଶ୍ରୀରାମ ମନ୍ଦିର। ଏଥି ପାଇଁ ୧୨୦୦କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଛି। ଏଥି ପାଇଁ ସମଗ୍ର ଭାରତବର୍ଷର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର, ନଗର, ମହାନଗର ସବୁ ଠାରେ ଘରକୁ ଘର ନିଧି ସଂଗ୍ରହ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବ ସଂଘର ଓଡିଶା ପଶ୍ଚିମ ପ୍ରାନ୍ତର ସହ ପ୍ରାନ୍ତ କାର୍ଯ୍ୟବାହ ହରିଶ୍ଚନ୍ଦ୍ର ପରିଡ଼ା। ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ସହ ସଂପର୍କ ସ୍ଥାପନ କରିବାକୁ ଯୋଜନା ରହିଛି। ଏହି କ୍ରମରେ କୋରାପୁଟ ବିଭାଗ ଅଧିନରେ ଆସୁଥିବା କୋରାପୁଟ, ମାଲାକାନଗିରୀ ଓ ନବରଙ୍ଗପୁର ଜିଲ୍ଲାର ୪୧୦୦ରୁ ଉର୍ଦ୍ଧ୍ବ ଗାଁର ପ୍ରତ୍ୟେକ ଘରକୁ ଯାଇ ନିଧି ସଂଗ୍ରହ ଓ ସଂପର୍କ ଅଭିଯାନ କରିବା ପାଇଁ ସମିତି ଗଠନ ଜାରୀ ରହିଛି।
ଜିଲ୍ଲା, ବ୍ଲକ, ପଂଚାୟତ ଓ ଗ୍ରାମୱାରୀ ସମିତି ଗଠନ କରାଯାଉଛି ବୋଲି କହିଛନ୍ତି ଶ୍ରୀ ପରିଡ଼ା, କୋରାପୁଟ ଜିଲ୍ଲା ଅଭିଯାନ ପ୍ରମୁଖ ଦୁର୍ୟ୍ୟୋଧନ ମାଳି, ସହ ଅଭିଯାନ ପ୍ରମୁଖ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି। ୬୭ଏକର ଜମି ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ଭବ୍ୟ ମନ୍ଦିର ଯେ କେବଳ ମନ୍ଦିର ତା ନୁହେଁ, ପୃଥିବୀର ସର୍ବଶ୍ରେଷ୍ଟ ପୂଜାପଦ୍ଧତି ହେବାକୁ ଥିବା ଏବଂ ଦେଶର ଐକ୍ୟତାକୁ ବାନ୍ଧି ରଖୁଥିବା ମନ୍ଦିର ବୋଲି କହିଥିଲେ। ରାଜସ୍ଥାନରୁ ଆସିଥିବା ଲାଲ ପଥରରେ ମନ୍ଦିର ନିର୍ମାଣ ହେବ ଏବଂ ଏଥି ପାଇଁ କାମ ଜାରୀ ରହିଛି ବୋଲି ଏମାନେ ସୂଚନା ଦେଇଥିଲେ। ୧୦ଟଙ୍କାରୁ ଆରମ୍ଭ କରି ଲୋକଙ୍କର ସାମର୍ଥ୍ୟ ଅନୁଯାୟୀ ଦେଇ ପାରିବେ ଏବଂ ସଂଗ୍ରହକାରୀ ମାନେ ତୁରନ୍ତ ରସିଦ ପ୍ରଦାନ କରିବେ। ସେଭଳି ଅନଲାଇନ୍ ବି ସହଯୋଗ କରି ପାରିବେ ବୋଲି ଏମାନେ ସୂଚନା ଦେଇଥିଲେ।
Follow Us