ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ବିଳମ୍ବ ନେଇ ୩ ସେବାୟତ ଜବାବ ରଖିଲେ, ୫ଜଣଙ୍କୁ ହୋଇଥିଲା ନୋଟିସ୍

Advertisment
ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ବିଳମ୍ବ ନେଇ ୩ ସେବାୟତ ଜବାବ ରଖିଲେ, ୫ଜଣଙ୍କୁ ହୋଇଥିଲା ନୋଟିସ୍

ପୁରୀ: ଦୁଇବର୍ଷ ପୂର୍ବେ ଶ୍ରୀମନ୍ଦିରରେ ସେବାୟତମାନେ ଠାକୁରଙ୍କ ଦ୍ୱାରଫିଟା ନୀତିରେ ବିଳମ୍ବ କରିଥିଲେ। ଏହି ନୀତି ବିଳମ୍ବ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫ଜଣ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ସୋମବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନୋଟିସ୍‌ ଜାରି କରାଯାଇଥିବା ତିନିଜଣ ସେବାୟତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମ୍ମୁଖରେ ଉତ୍ତର ରଖିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତିରେ ବିଳମ୍ବ ଘଟଣାରେ ଦୁଇଜଣ ସେବାୟତ ଉତ୍ତର ରଖି ସାରିଛନ୍ତି। ଆଜି ଉତ୍ତର ରଖିଥିବା ସେବାୟତଙ୍କ ମଧ୍ୟରେ ଅଛନ୍ତି ତଳୁଚ୍ଛ ଭବାନୀ ମହାପାତ୍ର, କାହ୍ନୁ ପୂଜାପଣ୍ଡା ଓ ଜମିଦାର ମହାବୀର।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୭ରେ ପଶ୍ଚିମବଙ୍ଗର କିଛି ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଭିତରଚ୍ଛ ଓ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡ଼ ମରାମରି ହୋଇଥିଲା। ଏହାକୁ କେନ୍ଦ୍ର କରି ଡିସେମ୍ବର ୨୮ରେ ଭିତରଚ୍ଛଙ୍କ ସମେତ ସମସ୍ତ ସେବାୟତ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାପ୍ରଭୁଙ୍କ ଦ୍ଵାରଫିଟାଠାରୁ ଆରମ୍ଭ କରି ଦିନଯାକର ସମସ୍ତ ନୀତି ବନ୍ଦ କରି ଦେଇଥିଲେ।

Related image bit.ly

ଭୋର ୩ଟା ବଦଳରେ ୧୪ ଘଣ୍ଟା ବିଳମ୍ବରେ ଅର୍ଥାତ ସଂଧ୍ୟା ୫ଟାରେ ମହାପ୍ରଭୁଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ମହାପ୍ରଭୁ ୧୪ ଘଣ୍ଟା ଅଖିଆ, ଅପୂଜା ରହିଥିଲେ। ଯାହାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ନେଇ ଶ୍ରୀମନ୍ଦିର ପ୍ରଶାସନ ୫ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe