ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳା ନେଇ ଚାଲିଛି ଆଲୋଚନା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳା ନେଇ ଚାଲିଛି ଆଲୋଚନା

ପୁରୀ: ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଚାଲିଛି । ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିବାବେଳେ ଅସୁସ୍ଥତା କାରଣରୁ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ବୈଠକରେ ଅନୁପସ୍ଥିତ ରହିଛନ୍ତି । ବୈଠକରେ ଚଳିତବର୍ଷ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ବିଶୃଙ୍ଖଳାକୁ ନେଇ ଆଲୋଚନା ଜାରି ରହିଛି | ୨୦୨୨ ଓ ୨୦୨୩ର ଚାରୋଟି ପରିଚାଳନା କମିଟି ବୈଠକ ବିବରଣୀର ମଧ୍ୟ ସମୀକ୍ଷା ହେଉଛି | ତେବେ ବୈଠକରେ ପ୍ରାରମ୍ଭରୁ ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗ ଉଠିଥିଲା।

ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା ପ୍ରଥମେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ମାତ୍ର ଗଜପତି ପରବର୍ତ୍ତୀ ସମୟରେ ଆଲୋଚନା ହେବା କହି ଆଡେଇ ଯାଇଥିଲେ। ସେପଟେ ବୈଠକରେ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଓ ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇଥିଲେ ସୁଦ୍ଧା ତାହା ମଧ୍ୟ ଆଲୋଚନା ପରିସରକୁ ଅଣାଯାଇ ନାହିଁ। ବର୍ତ୍ତମାନ ଆଦର୍ଶ ଗୁରୁକୂଳ, ବାଉଳିମଠ ଉନ୍ନତିକରଣ, ଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବକମିଟି ବୈଠକର ବିବରଣୀ ନେଇ ଆଲୋଚନା ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe