ପଞ୍ଚଭୂତରେ ଲୀନ ହେଲା ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ମରଶରୀର

Advertisment
ପଞ୍ଚଭୂତରେ ଲୀନ ହେଲା ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ମରଶରୀର

ସମ୍ବଲପୁର: ପଞ୍ଚଭୂତରେ ଲୀନ ହେଲା ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ମରଶରୀର। ଆଜି ଶତାଧିକ କଳାକାର, ସଂଗୀତପ୍ରେମୀ ଓ ପ୍ରଶଂସକ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଶ୍ରୀରାମଙ୍କ ପ୍ରତି ସେମାନଙ୍କ ସମ୍ମାନ ପ୍ରଦର୍ଶନ କରିଛନ୍ତି।

ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀର ରଖାଯାଇଥିବା ବେଳେ ଆଜି ପୂର୍ବାହ୍ନ ୧୧ଟାରେ କାଳିବାଡ଼ି ନିକଟରୁ ବାହାରିଥିବା ଶୋଭାଯାତ୍ରା ଲକ୍ଷ୍ମୀଟକିଜ ଛକ, ଗୋଲବଜାର ଛକ, ମୁଦିପଡ଼ା ଛକ, କୁଂଜେଲପଡ଼ା ଛକ ଦେଇ କମଳିବଜାରସ୍ଥିତ ରାଜଘାଟଠାରେ ପହଂଚି ଥିଲା।

publive-image

ସମସ୍ତଙ୍କ ମୁହଁରେ ବାହାରୁଥିଲା ‘ଶ୍ରୀରାମ ଲୁହାର ଅମର ରହେ’ ଧ୍ବନି। ଶଙ୍କର ପ୍ରଧାନ, ବିଭୂତି ପଟ୍ଟନାୟକ, ରତନ ପୂଜାହାରୀ, ଭାରତ ଗୌରବ, ଶିବଶଙ୍କର ପ୍ରଧାନ, ଅର୍ଜୁନ ମେହେର, ଦୁର୍ଗା ଦାଶ, ଦିଲୀପ ସିଂହ, କୃଷ୍ଣଚନ୍ଦ୍ର ବାଗ, ପିଣ୍ଟୁ ପତି, ଶାନ୍ତନୁ ଦାଶ, ଦୀପକ ମିଶ୍ର, ମଂଗଳ ମହାକୁଡ଼, ସୁବାସ ଭୋଇ, ପପୁ ମହାପାତ୍ର, ରାହୁଲ କୁମାର, ଦିଲୀପ ବାଗ, ଦିଲୀପ ପଣ୍ଡା, ବାବୁଲୁ ବାଗଙ୍କ ସମେତ ସମ୍ବଲପୁର, ଦେବଗଡ଼, ବରଗଡ଼ ଆଦି ଜିଲ୍ଲାର ବହୁ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ, ଗୀତକାର, କଣ୍ଠଶିଳ୍ପୀ ଯୋଗ ଦେଇଥିଲେ। ଶ୍ରୀରାମଙ୍କ ସୁପୁତ୍ର ଦେବାଶିଷ ଲୁହାର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe