ଶ୍ରୀସଦାଶିବ ପରିସର ପୂର୍ବତନ ଅଧ୍ୟକ୍ଷଙ୍କ ସ୍ମୃତିସଭା

ଶ୍ରୀସଦାଶିବ ପରିସର ପୂର୍ବତନ ଅଧ୍ୟକ୍ଷଙ୍କ ସ୍ମୃତିସଭା

ପୁରୀ: ଶ୍ରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାପୀଠ(ବର୍ତ୍ତମାନ ଶ୍ରୀସଦାସିବ ପରିସର) ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ହରିହର ଝାଙ୍କ ପରଲୋକରେ ଏକ ସ୍ମୃତିସଭା ଶ୍ରୀସଦାଶିବ ପରିସର ଜୟଦେବ ସଭାଗୃହରେ ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଝା ଶ୍ରୀସଦାସିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାପୀଠରେ ୧୯୭୯ଠାରୁ ୧୯୯୬ ମସିହା ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିଥିଲେ। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ସମସ୍ତ ପରୀକ୍ଷାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ମାନ୍ୟତା ଦେବା ପାଇଁ ପ୍ରୟାସ କରି ସେ ସଫଳ ହୋଇଥିଲେ।

ପ୍ରଫେସର ଝା ଶିକ୍ଷାକ୍ଷେତ୍ରରେ ବିପ୍ଳବ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। ଏହି ଶୋକସଭାରେ ଦୁର୍ଗାପ୍ରସାଦ ଦାସମହାପାତ୍ର, ବିଜୟ ପାଲ୍ କଛବାହ, ଡ. ବେଣୁଧର ମହାପାତ୍ର, ଡ. ଧର୍ମେନ୍ଦ୍ର ସିଂହଦେଓ, ପ୍ରଫେସର ରମାକାନ୍ତ ମିଶ୍ର, ପୁରାତନ ଛାତ୍ର ଲଳିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। କେନ୍ଦ୍ରୀୟ ସଂସ୍ମୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିଙ୍କ ଦ୍ୱାରା ପ୍ରେରିତ ଶୋକବାର୍ତ୍ତା ଅଧ୍ୟାପକ ସୁବ୍ରତ କୁମାର ଷଡ଼ଙ୍ଗୀ ପାଠ କରିଥିଲେ। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ପ୍ରଫେସର ଝାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe