ଆଶୀର୍ବାଦ ଦିଅନ୍ତୁ, ଧାମନଗର ମାଟି ମା’ର ସେବା କରିବି: ସୂର୍ଯ୍ୟବଂଶୀ 

ଆଶୀର୍ବାଦ ଦିଅନ୍ତୁ, ଧାମନଗର ମାଟି ମା’ର ସେବା କରିବି: ସୂର୍ଯ୍ୟବଂଶୀ 

Sambad

ଭଦ୍ରକ: ମୁଁ ଏ ମାଟିର ପୁଅ, ମୋତ ଆଶୀର୍ବାଦ କରନ୍ତୁ, ମୁଁ ଧାମନଗର ମାଟିର ସେବା କରିବି। ଧାମନଗର ଉପନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମତଦାତାଙ୍କୁ ଏହା କହୁଛନ୍ତି। ସୂର୍ଯ୍ୟବଂଶୀ ନିଜେ ଘରକୁ ଘର ବୁଲି ମା’ ମାଉସୀ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି। ବାପା ଛେଉଣ୍ଡ ପିଲାଟି କହି ଗାଁ ଗହଳିର ମହିଳା ଓ ବୟସ୍କ ଲୋକମାନେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ କରୁଛନ୍ତି।

ଧାମନଗରର ଦିବଗଂତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କୁ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଶୁକ୍ରବାର ଧାମନଗର ନିର୍ବାଚନର ଷ୍ଟାର କ୍ୟାମ୍ପେନର ଭାବେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ପ୍ରଚାର ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି। ବିଜେଡିକୁ ମଇଦାନରେ ମାତ ଦେବା ପାଇଁ ବିଜେପି ପୂରା ତୟାର ରହିଛି। ସୂର୍ଯ୍ୟବଂଶୀଙ୍କୁ ଜିତାଇବା ପାଇଁ ପୂରା ବିଜେପି ଟିମ ଲାଗି ପଡିଛି। ପ୍ରଚାର ଯୋତିକି ଜୋର ନହେଉଛି। ତାଠାରୁ ଅଧିକ ଜୋରଧରିଛି ଡୋର କ୍ୟାମ୍ପେନ।

ଗାଁଗାଁରେ ସୂର୍ଯ୍ୟବଂଶୀଙ୍କର ପ୍ରଚାର ବେଶ ଜମୁଛି। ସୂର୍ଯ୍ୟବଂଶୀଙ୍କର ଏଇ ପ୍ରଚାରକୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଅଧିକ ତେଜିଆନ କରିଛନ୍ତି। ସିମ୍ପାଥି ଭୋଟକୁ ପାଥେୟ କରିଛି ବିଜେପି। ଏଠି ଟଙ୍କା ଓ କଳ ବଳ କୌଶଳ କାମ ଦେବ ନି। ବିଷ୍ଣୁ ବାବୁଙ୍କ ପ୍ରତି ଥିବା ଭଲ ପାଇବା ତାଙ୍କ ପୁଅଙ୍କ ପ୍ରତି ରହିବ। କାରଣ ସୂର୍ଯ୍ୟବଂଶୀଙ୍କ ରଥରେ ଧାମନଗରବାସୀ ସାରଥୀ ସାଜିଛନ୍ତି ବୋଲି ମନମୋହନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିଜେପିର ଏଇ ଡୋର କ୍ୟାମ୍ପେନ ଓ ପ୍ରଚାରକୁ ଆହୁରି ଜୋରଦାର କରାଯିବ ବୋଲି ରାଜ୍ୟ ସଭାପତି ସମୀର ମାହାନ୍ତି ଗଣମାଧ୍ୟମକୁ କହିଛନ୍ତି।

publive-image Sambad

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe