ମହିଳା ମହାବିଦ୍ୟାଳୟରେ ଆରମ୍ଭ ହେଲା ମୋ କଲେଜ ଅଭିଯାନ 

Advertisment
ମହିଳା ମହାବିଦ୍ୟାଳୟରେ ଆରମ୍ଭ ହେଲା ମୋ କଲେଜ ଅଭିଯାନ 

ଜୟପୁର: ଆରମ୍ଭ ହେଲା ମୋ କଲେଜ ଅଭିଯାନ । ମୋ ସ୍କୁଲ ଭଳି ମୋ କଲେଜ ଅଭିଯାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଶିକ୍ଷା ହେଉଛି ସାମଗ୍ରୀକ ବିକାଶ ତଥା ସୁସ୍ଥ ରାଷ୍ଟ୍ର ଓ ସମାଜଗଠନର ପ୍ରମୁଖ ମାର୍ଗ।

ଯେଉଁଠାରେ ଶିକ୍ଷାର ବିକାଶ ହୋଇ ପାରିବ ନି ସେଠାରେ ଦୁର୍ନିତୀ ବ୍ୟାପକ ଭାବେ ହେବ। ତେଣୁ ଶିକ୍ଷାର ବିକାଶ ପାଇଁ ମୋ କଲେଜ ଅଭିଯାନ ସ୍ବାଗତ ଯୋଗ୍ୟ ବୋଲି ବିଧାୟକ କହିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପ୍ଲାଟଫର୍ମ ଦେବ ଏବଂ ସେମାନେ ମୋ ସ୍କୁଲ ଭଳି ମୋ କଲେଜରେ ନିଜ ନିଜ କଲେଜକୁ ସହାୟତା କରିପାରିବେ। ତେବେ ମୋ କଲେଜ ଅଭିଯାନ କେବଳ ଆଲୁମିନା ଭିତରେ ସୀମିତ ହେବନି ବରଂ ଏହା ସମସ୍ତଙ୍କ ପାଇଁ ଖୋଲା ରହିବ।

ଦେଶ ବିଦେଶରେ ଯେଉଁଠି ବି ଯିଏ ଥିବେ ମୋ କଲେଜ ମାଧ୍ୟମରେ ନିଜ କଲେଜ ସହ ସେମାନେ ଯୋଡି ହୋଇ ପାରିବେ ବୋଲି ବିଧାୟକ ଏବଂ ସଭାପତିତ୍ବ କରୁଥିବା ଅଧ୍ୟକ୍ଷା ଡ.ମନୋରମା ଦେବୀ କହିଥିଲେ। ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମର ସଂଯୋଜକ ଡ଼ ମନୋରଞ୍ଜନ ପ୍ରଧାନ ସଂଯୋଜନା କରିଥିଲେ। ପୁରାତନ ଛାତ୍ରୀ ତଥା ସଂପାଦିକା ଅଧ୍ୟାପିକା ରାଜଲକ୍ଷ୍ମୀ ଭୋଳ ତଥା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ମୋ କଲେଜ ଅଭିଯାନ କମିଟିର ସଦସ୍ୟ ଆଇନଜୀବୀ ହରିଶ୍ଚନ୍ଦ୍ର ମୁଦୁଲି ଓ ସମାଜସେବୀ ସୁରଭି ମହାପାତ୍ର ଓ ପୁରାତନ ଛାତ୍ରୀଗଣ କଲେଜ ପାଇଁ କିଛି ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିବାକୁ ପ୍ରତିଶ୍ରୃତି ଦେଇଥିଲେ।

ଏଥିରେ ବହୁ ପୁରାତନ ଛାତ୍ରୀ ମଧୁସ୍ମିତା ମିଶ୍ର,ଗୀତା କୁମାରୀ ରାୟ, ସଂଧ୍ୟାରାଣୀ ସାହୁ, ସୁଚିତ୍ରା ବାରିକ, କେ.ଭାଗ୍ୟଲକ୍ଷ୍ମୀ, ରୁକ୍ମଣୀ ସାହୁ, କେ.ଭାଗ୍ୟଲକ୍ଷ୍ମୀ, ପ୍ରମିଳା ଚୌଧୁରୀ, ସ୍ନେହା ବେବର୍ତ୍ତା, ମଧୁସ୍ମିତା ରାୟ, ନମିତା ଚୈହାନ, କିରଣ ରଂଜନୀ ଦାଶ, ସନ୍ତୋଷୀ ମହାନ୍ତି , ରଶ୍ମିତା ସ୍ବାଇଁ ପ୍ରମୁଖ ବହୁ ପୁରାତନ ଛାତ୍ରୀ ଯୋଗ ଦେଇଥିଲେ। ସେଭଳି ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe