ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ପରଲୋକ

ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ପରଲୋକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ଶୁକ୍ରବାର ରାତିରେ ପରଲୋକ ଘଟିଛି। ବୈଦ୍ୟନାଥ କର୍ଣ୍ଣ ତାଙ୍କ ପୈତୃକ ଗାଁ ଯାଲୋଏର କର୍ଣ୍ଣପାଲି ଘରେ ରାତ୍ରି ଭୋଜନ ସାରିବା ପରେ ୧୦ଟା ୩୦ରେ ଶୋଇବାକୁ ଯାଇଥିଲେ। ସେହି ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବାରୁ ନିୟମ ଅନୁଯାୟୀ ତାଙ୍କର ଶବ ବ୍ୟବଚ୍ଛେଦ ପରେ ଶନିବାର ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବୀରମହାରାଜପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ନରେନ୍ଦ୍ର କୁମାର ଜେନା ଏହାର ତଦନ୍ତ ଚଳାଇଛନ୍ତି।

ସ୍ବର୍ଗତ କର୍ଣ୍ଣ ୧୯୮୪ ମସିହାରେ ତରଭା ବ୍କକ କମସରା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ।ଏହାପରେ କଳାପଥର ହାଇସ୍କୁଲରେ ଯୋଗଦେଇ କିଛି ବର୍ଷ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ବୀରମହାରାଜପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ସେଠାରୁ ପୁଣି ପଦୋନ୍ନତି ପାଇ ସୋନପୁର ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରି ଅକ୍ଟୋବର ୨୦୨୨ରେ ଅବସର ଗ୍ରହଣ କରିଥିଲେ। ୨୦୨୧/୨୨ ରେ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଜ୍ୟ ପୁରସ୍କାର ପାଇଥିଲେ।

ଆଜି ତାଙ୍କର ଅନ୍ତିମ ସଂସ୍କାର ଗାଁ ଶ୍ମଶାନରେ ଅନୁଷ୍ଠିତ ହୋଇଥିଲା। ତାଙ୍କର ଏକମାତ୍ର ପୁତ୍ର ପ୍ରଭାସ ମୁଖାଗ୍ନୀ ଦେଇଥିଲେ। ସ୍ବର୍ଗତ କର୍ଣ୍ଣଙ୍କ ସ୍ତ୍ରୀ, ତିନି ଝିଅ (ଭାରତୀ, ପ୍ରଭାତୀ ଓ ମିନାକ୍ଷୀ)ଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଭୂଷଣ କୁମାର ପାତ୍ର, ଓଷ୍ଟା ଶିକ୍ଷକ ସଂଘ ତରଫରୁ ଜିଲ୍ଲା ସଭାପତି ଅଖୁଜ ପ୍ରଧାନ, ସାଧାରଣ ସମ୍ପାଦକ ଶୁଶିଲ କୁମାର ବିଶି, ଉପସଭାପତି ତ୍ରିପୁରାରି ରଥ, ବୀରମହାରାଜପୁର ହାଇସ୍କୁଲର ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ‌ହିତ ଜିଲ୍ଲା ବିଭିନ୍ନ ସ୍ଥାନରୁ ସତାଧିକ ଶିକ୍ଷକ ଯୋଗ ଦେଇଥିଲେ।

ସ୍ବର୍ଗତ କର୍ଣ୍ଣ ଦୀର୍ଘ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ଓଷ୍ଟା ଶିକ୍ଷକ ସଂଘର ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ। ତାଙ୍କର ବିୟୋଗରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ତଥା ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶ ଦାତା ଡ଼ ପ୍ରଫୁଲ୍ଲ କୁମାର ରଥ, ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ, ବୀରମହାରାଜପୁରର ମିଳିତ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ମିଶ୍ର, ସମ୍ପାଦକ ମେଘନାଦ ଭୋଇଙ୍କ ସତେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe