୧୧ରୁ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା

Advertisment
୧୧ରୁ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା

Tutorialspoint

ଝାରସୁଗୁଡ଼ା: ଆସନ୍ତା ୧୧ରୁ ୧୩ ତାରିଖ ଯାଏ ଝାରସୁଗୁଡ଼ାରେ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାରେ ୧୫-୧୭ ବର୍ଷ ବୟସ ବାଳକ ଓ ବାଳିକା ବର୍ଗଙ୍କ ପାଇଁ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଝାରସୁଗୁଡ଼ା ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନର ସମ୍ପାଦକ ଶୁଭମ ଶର୍ମା କହିଛନ୍ତି।

କୃତୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶି ସହ ପୁରସ୍କୃତ କରାଯିବାକୁ ଥିବା ବେଳେ ରାଜ୍ୟର ଦକ୍ଷ ପରିଚାଳକମାନଙ୍କ ଦ୍ୱାରା ଏହା ପରିଚାଳନା କରାଯିବ। ପ୍ରତିଯୋଗୀଙ୍କ ରହିବା ପାଇଁ କମ୍‌ ମୂଲ୍ୟରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ହୋଟେଲ ମଧ୍ୟ ଯୋଗାଇ ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ତେବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଖେଳାଳିମାନେ ଆସନ୍ତା ୪ ତାରିଖ ମଧ୍ୟରେ ସେମାନଙ୍କରେ ନାମ ପଞ୍ଜୀକରଣ କରିପାରିବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନ୍‌ ସଭାପତି ପ୍ରତାପ ଚନ୍ଦ୍ର ବେହେରା, ବରିଷ୍ଠ ସଦସ୍ୟ ସନ୍ଦୀପ ଅଗସ୍ତି, ନିରୁପଲାଲ ଭୋଇ, ବିଜୟ ମୁନ୍ଦ୍ରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe