ରଗଡ଼ି: ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରଗଡ଼ି ଜେଲ୍ରେ ଭେଟିଛନ୍ତି। ଗତ ଦୁଇଦିନ ତଳେ ବେଆଇନ୍ ଭାବେ ମାଟି ଉତ୍ତୋଳନ ଅଭିଯୋଗରେ ଧର୍ମଶାଳା ପୁଲିସ ଶ୍ରୀ ବେହୁରାଙ୍କୁ ଗିରଫ କରିଥିଲା। ଧର୍ମଶାଳା ତହସିଲଦାରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
ଜାମିନ ନାମଞ୍ଜୁର ହେବାରୁ ସେ ଏବେ ରଗଡ଼ି ସବ୍ଜେଲ୍ରେ ଅଛନ୍ତି। ଆଜି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, କୋରେଇ ବିଜେପି ନେତା ବିଶ୍ଵଜିତ ନାୟକ, ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳ ସାମନ୍ତ, ବରୀର ଉମେଶ ଜେନା, ରାଜ୍ୟ ବିଜେପି ମହିଳା ସମ୍ପାଦିକା ଇତିଶ୍ରୀ ଜେନା, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ଵାଳ, ଜିଲ୍ଲା ସମ୍ପାଦିକା ଦୀପ୍ତିମୟୀ କୁଅଁର, ବିଜେପି ବ୍ୟାସନଗର ସଭାପତି ଅଚ୍ୟୁତାନନ୍ଦ ଦାଶ ଓ ସରୋଜ ଦେ ପ୍ରମୁଖ ଶ୍ରୀ ବେହୁରାଙ୍କୁ ଜେଲ୍ରେ ଭେଟି ମାମଲା ପ୍ରସଙ୍ଗରେ ଆଲୋଚନା କରିଥିଲେ।
Follow Us