ରାଜ୍ୟସ୍ତରୀୟ ହକି ଆରମ୍ଭ: ପ୍ରଥମ ଦିନରେ ମହିଳା ବର୍ଗର ୧୨ ମ୍ୟାଚ୍‌

ରାଜ୍ୟସ୍ତରୀୟ ହକି ଆରମ୍ଭ: ପ୍ରଥମ ଦିନରେ ମହିଳା ବର୍ଗର ୧୨ ମ୍ୟାଚ୍‌

ରାଉରକେଲା: ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା ଗୁରୁବାର ରାଉରକେଲାରେ ଆରମ୍ଭ ହୋଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସସ୍ଥ ଦୁଇ ପଡ଼ିଆରେ ପ୍ରଥମ ଦିନରେ ଗୁରୁବାର ମହିଳା ବର୍ଗର ୧୨ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ କଳାହାଣ୍ଡି ୨-୦ ଗୋଲ୍‌ରେ କେନ୍ଦୁଝରକୁ ପରାସ୍ତ କରିଥିବାବେଳେ ନବରଙ୍ଗପୁର ୬-୦ ଗୋଲରେ ବାଲେଶ୍ବରକୁ, ନୟାଗଡ଼ ୫-୦ ଗୋଲରେ ପୁରୀକୁ, ଢେଙ୍କାନାଳ ୧୪-୦ ଗୋଲରେ ଭଦ୍ରକକୁ, ଯାଜପୁର ୨-୧ ଗୋଲରେ ରାୟଗଡ଼ାକୁ, ଗଞ୍ଜାମ ୩-୧ ଗୋଲରେ ଅନୁଗୁଳକୁ, ବରଗଡ଼ ୧-୦ ଗୋଲରେ ମାଲକାନଗିରିକୁ, ବଲାଙ୍ଗୀର ୨-୧ ଗୋଲରେ କନ୍ଧମାଳକୁ ଓ ଝାରସୁଗୁଡ଼ା ୬-୧ ଗୋଲରେ ମୟୂରଭଞ୍ଜକୁ ହରାଇଛି।

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦଳ ଅନୁପସ୍ଥିତ ରହିବାରୁ ଯଥାକ୍ରମେ ଗଜପତି ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ବିଜୟୀ ଘୋଷଣା କରା ଯାଇଥିଲା। ସେହିପରି କୋରାପୁଟ ଓ କଟକ ଦଳ ଅନୁପସ୍ଥିତ ରହିବାରୁ ସେମାନଙ୍କ ମଧ୍ୟରେ ଥିବା ମ୍ୟାଚ୍‌ ବାତିଲ ହୋଇଛି। ପ୍ରତିଯୋଗିତାର ବୈଷୟିକ ନିର୍ଦ୍ଦେଶକ ନିଶାନଜ୍ୟୋତି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ମ୍ୟାଚ୍‌ ଗୁଡ଼ିକୁ ଲକ୍ଷ୍ମୀ ଏକ୍କା, ଏମ୍ମା ଏକ୍କା, ବିମଳା ବରୁଆ, ପିଙ୍କି ନାଏକ, ଇସାକ ଲାକ୍ରା, ରିକେଶ ମିଞ୍ଜ, ପ୍ରଭାକର ମିଞ୍ଜ, ଦୀନେଶ ଏକ୍କା, ସୁରଜ କେର୍କେଟା, ସତୀଶ ଏକ୍କା ପ୍ରମୁଖ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ, ହକି ଓଡ଼ିଶା ସମ୍ପାଦକ ସନାତନ ସାହୁ, ଅଲିମ୍ପିଆନ ଲାଜାରୁସ ବାର୍ଲା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଜିତ ମହାନ୍ତ, ଓଏସ୍‌ଡି କାଳୁଚରଣ ଚ‌ୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe