ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ସଫଳତା ପାଇଲେ ମାଲକାନଗିରିର ଜନଜାତି ଖେଳାଳି

Advertisment
ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ସଫଳତା ପାଇଲେ ମାଲକାନଗିରିର ଜନଜାତି ଖେଳାଳି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଂଚଳରୁ ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେଇଥିବା ମାଲକାନଗିରି ଖେଳାଳିମାନେ ସଫଳତା ଅର୍ଜନ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସମସ୍ତ ଖେଳାଳୀ ଆଦିମ ଜନଜାତି ବଣ୍ଡା,କୋୟା,କନ୍ଧ ସଂପ୍ରଦାୟର  ।

ବଲାଙ୍ଗିର ଜିଲ୍ଲାର ଟିଟଲାଗଡ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ୧୦ ଜଣ ପ୍ରତିଯୋଗୀ ସଫଳତା ପାଇଛନ୍ତି । ସେମାନଙ୍କ ମଧ୍ୟରୁ କେଡେଟ ବିଭାଗରେ ୫୦ କିଲୋ ବର୍ଗରେ ସୁକ୍ରା କିରସାନି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୫୫ କିଲୋ ବର୍ଗରେ ମଙ୍ଗଳା ଶିଶା ରୋପ୍ୟ ଏବଂ ୫୨ କିଲୋ ବର୍ଗରେ ହିରାମଣି ଖିଲ ବ୍ରଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ଜୁନିୟର ବିଭାଗରେ ୪୮ କିଲୋ ବର୍ଗରେ ରଶ୍ମି ମାଡକାମୀ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୬୬ କିଲୋ ବର୍ଗରେ ଅରବିନ୍ଦ ଖରା ରୌପ୍ୟ ଏବଂ ୫୫ କିଲୋ ବର୍ଗରେ ନକୁଳ କିରସାନି ବ୍ରଞ୍ଜ ପଦକ ହାସଲ କରିଛନ୍ତି।ବରିଷ୍ଠ ବିଭାଗରେ ୬୦ କିଲୋ ବର୍ଗରେ ମାସି ହନ୍ତାଳ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୬୬ କିଲୋ ବର୍ଗରେ ଅରବିନ୍ଦ ଖରା ରୌପ୍ୟ୪୮ କିଲୋ ବର୍ଗରେ ଲକ୍ଷ୍ମୀ ସୋଡି ରୌପ୍ୟ ଏବଂ ୫୫ କିଲୋ ବର୍ଗରେ ସରିତା ହରିଜନ ବ୍ରଞ୍ଜ ପଦକ ପାଇଛନ୍ତି।ଏମାନଙ୍କ ମଧ୍ୟରୁ ବଣ୍ଡାଘାଟିର ସୁକ୍ରା କିରସାନି ଏବଂ ସ୍ବାଭିମାନ ଅଂଚଳର ମାସି ହନ୍ତାଳ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।୬ ତାରିଖରେ ଚଣ୍ଡିଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା କେଡେଟ ବିଭାଗରେ ଏମାନେ ଭାଗ ନେବେ ବୋଲି ଜଣାପଡିଛି।ସମସ୍ତ ଖେଳାଳୀ ମାଲକାନଗିରିର ଆଓମା ଗୁରୁକୂଳରେ ଶିକ୍ଷା ଗ୍ରହଣ କରୁଥିଲେ।ଏମାନଙ୍କ ସଫଳତାରେ ଆଓମାର ସଭାପତି ରତ୍ନାକର ଦାସ,ଦୀଲିପ ଦାସ ସମେତ ସମସ୍ତ କର୍ମକର୍ତ୍ତା ଶୁଭେଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe