ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସ୍ତରୀୟ ସମାବେଶ

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସ୍ତରୀୟ ସମାବେଶ

Sambad

କୋରାପୁଟ: କୋଭିଡ କଟକଣା କୋହଳ ହେବାର ଦୀର୍ଘ ୯ ମାସର ବ୍ୟବଧାନ ପରେ ସ୍ଥାନୀୟ ଘରୋଇ ହୋଟେଲ ପରିସରରେ ବିଜୁଛାତ୍ର ଜନତା ଦଳର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହିଇଯାଇଛି  ଉକ୍ତ ସମାବେଶରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ୩ ଟି ପୌରପାଳିକା ଓ ଗୋଟିଏ ଏନ୍ଏ‌ସି୍ର‌ ସମସ୍ତ ଯୁବ ଛାତ୍ର ନେତା ଏବଂ ବିଜୁବାହିନୀର କର୍ମୀମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ସହ ଆଗାମୀ ପୌରପରିଷଦ ଏବଂ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଏହି ସମାବେଶରେ ଯୁବ କର୍ମୀମାନେ ଅଧିକ ଉତ୍ସାହିତ ହୋଇ ଦଳ ପାଇଁ କାମ କରିବା ଉପରେ ନିଷ୍ପତି ନିଆଯାଇଥିଲା। ନବୀନ ବାବୁଙ୍କ ଲୋକାମୁଭି ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇ ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ହେବାକୁ ଥିବା ୧୪ ଟି ବ୍ଲକ, ୨୪୦ ଟି ପଞ୍ଚାୟତ ଓ ସମସ୍ତ ପୌରପରିଷଦ ନିର୍ବାଚନରେ ଦଳର ଅଧିକରୁ ଅଧିକ ପ୍ରାର୍ଥୀମାନକୁ ଜିତେଇ ଦଳକୁ ସୁଦୃଢ କରାଇବାକୁ ଦଳ ପକ୍ଷରୁ ନିଷ୍ପତି ନିଆ ଯାଇଛି ବୋଲି ରାଜ୍ୟ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ମଣ୍ଡୁ ନାୟକ କହିଛନ୍ତି।

ଏହି କାର୍ୟ୍ୟକ୍ରମରେ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ଲଷ୍ମୀପୁର ବିଧାୟକ ସମେତ ବହୁ ଯୁବ ଛାତ୍ର ରକ୍ତ ଦାନ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ପଟାଙ୍ଗି ବିଧାୟକ, ଲକ୍ଷ୍ମୀପୁର ବିଧାୟକ, ପୂର୍ବତନ ପଟାଙ୍ଗି ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମେତ ବହୁ ବରିଷ୍ଠ ନେତା ମାନେ ଯୋଗ ଦେଇ ବିଜୁ ଯୁବଛାତ୍ର କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମାବେଶକୁ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଅମିତ ଅଗ୍ରୱାଲ ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe