ଅନ୍ୟ ଅଭିଯୁକ୍ତଙ୍କ ବିସ୍ପୋରକ ବୟାନ: ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଥାର୍ଡ଼ ଡ଼ିଗ୍ରୀ ଦେଇ ମାରିଦେଇଛନ୍ତି

Advertisment
ଅନ୍ୟ ଅଭିଯୁକ୍ତଙ୍କ ବିସ୍ପୋରକ ବୟାନ: ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଥାର୍ଡ଼ ଡ଼ିଗ୍ରୀ ଦେଇ ମାରିଦେଇଛନ୍ତି

Sambad

କଟକ: ଅଭିଯୁକ୍ତକୁ ପଚରାଉଚରା କରୁଥିବା ଅଧିକାରୀ ଏବେ ନିଜେ ଅଭିଯୁକ୍ତ ସନ୍ଦେହରେ ଥାନାରେ ଅଟକ। ଆଠଗଡ ବନଖଣ୍ଡର ଦୁଇଜଣ ଏସିଏଫ୍‌ଓ, ବଡମ୍ବା ରେଞ୍ଜରଙ୍କ ସମେତ ୧୬ ଜଣ ବନ କର୍ମଚାରୀ ଏବେ ପୁଲିସ ହେପାଜତରେ। ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଧରି ଥାର୍ଡ ଡିଗ୍ରୀ ଯନ୍ତ୍ରଣା ଦେଇ ମାରି ଦେଇଥିବାର ସଙ୍ଗୀନ ଅଭିଯୋଗ ହୋଇଛି ଏମାନଙ୍କ ନାମରେ। ମୃତ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତମାନେ ଏବେ ଦେଇଛନ୍ତି ବିସ୍ପୋରକ ବୟାନ। ଏହି ଅଧିକାରୀମାନେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ମାଡ ମାରିବା ସହ ସେମାନଙ୍କ ଆଖି ଆଗରେ ଧନେଶ୍ବରଙ୍କୁ ମାଡମାରି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି। ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ନେଇଥିବା ଅଭିଯୁକ୍ତ ମାନେ ଏବେ ବଖାଣିଛନ୍ତି ସେ କାଳରାତ୍ରୀର କାହାଣି। ବନବିଭାଗ ଉଠାଇନେଇଥିବା ୪ ଅଭିଯୁକ୍ତଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଦେଇଥିଲେ ଅକଥନୀୟ ନିର୍ଯ୍ୟାତନା ସହ ଘଣ୍ଟା ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ସାତଗୋଛିଆ ଗାଁର ମୃତ ଧନେଶ୍ୱରଙ୍କ ସହ ଧନେଶ୍ୱରଙ୍କ ଗାଁ ପାଖ ଶ୍ୟାମସୁନ୍ଦରପୁର ଗାଁରୁ ରାଜକିଶୋର ପ୍ରଧାନ, ସେରୁଆ ଗାଁର ବିରଞ୍ଚି ଜାନି, ଗୋପପୁରର ରାଜୀବ ସ୍ୱାଇଁଙ୍କୁ ବନ କର୍ମଚାରୀ ମାନେ ନିଜ ହେପାଜତକୁ ନେଇଥିଲେ।

publive-image Sambad

ଏମାନଙ୍କ କହିବା ଅନୁଯାୟୀ ବନ କର୍ମଚାରୀ ତାଙ୍କୁ ନେଇ ବିଭିନ୍ନ ବିଟ୍‌ ଘରେ ରଖି ଦେଇଥିଲେ ଶାରିରିକ ମାନସିକ ଯନ୍ତ୍ରଣା ଦେଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ବନ କର୍ମଚାରୀଙ୍କ ମାଡରେ ଗୁରୁତର ଆହତ ହୋଇଥିବା ଦୁଇଜଣ ବଡମ୍ବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଗତକାଲି ଆଠଗଡ ଥାନାରେ ଜଣକ ପରେ ଜଣକୁ ମାରାଥାନ ଜେରା କରିବା ପରେ ଆଜି ଘଟଣା ତଦନ୍ତକାରି ଅଧିକାରୀ ଆଠଗଡ ଏସଡ଼ିପିଓ ମୃତ ଧନେଶ୍ଵରର ପରିବାର ଲୋକଙ୍କୁ ପଚରାଉଚରା କରିବାସହ ଘଟଣା ଘଟିଥିବା ବିଭିନ୍ନ ସ୍ଥାନରେ ଛାନଭିନ କରିଛନ୍ତି। ଏହି ଘଟଣାରେ ବନ ବିଭାଗର କେଉଁ ମାନେ ଧନେଶ୍ୱରଙ୍କୁ ଉଠାଇ ଆଣିଥିଲେ ଓ କାହା ମାଡରେ ଧନେଶ୍ୱରଙ୍କ ମୃତ୍ୟୁ ହେଲା ତାହା ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବେ ବୋଲି ଆଠଗଡ ଏସଡ଼ିିପିଓ ସୂଚନା ଦେଇଛନ୍ତି। ହାତିକୁ ମାରିବା ଅବା ହାତୀ ମାରିବା ପାଇଁ ଚର୍ଚ୍ଚାରେ ଥିବା ଆଠଗଡ ବନବିଭାଗ ଫର୍ଦ୍ଦରେ ଅଭିଯୁକ୍ତକୁ ଆଣି ମାଡ ମାରି ଭଳି ସଙ୍ଗୀନ ଅଭିଯୋଗ ଯୋଡି ହୋଇଛି। ଏବେ ପୁଲିସ ହେପାଜତରେ ବଡବଡିଆ ବନଅଧିକାରୀ। ତଦନ୍ତ ପରେ ଜଣାପଡିବ ଦୋସୀ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe