ବରଗଡ଼ ଡାକ୍ତରଖାନାରୁ ଔଷଧ ଚୋରି

Advertisment
ବରଗଡ଼ ଡାକ୍ତରଖାନାରୁ ଔଷଧ ଚୋରି

The Conversation

ବରଗଡ଼ : ବରଗଡ଼ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଏମ୍‌ଆର୍‌ପି ଥିବା ଲକ୍ଷାଧିକ ଟଙ୍କାର ଔଷଧ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସ୍ତା ବସ୍ତା ଦାମି ଔଷଧ ଚୋରି ହୋଇଛି। ଖୋଦ୍ ବିଭାଗୀୟ କର୍ମଚାରୀ ଏଥିରେ ସାମିଲ ଅଛନ୍ତି। ଫାର୍ମାସିଷ୍ଟ ନିର୍ମଳ ପ୍ରଧାନ ଚୋରି କରୁଥିବା ବେଳେ ସିକ୍ୟୁରିଟି ଗାର୍ଡଙ୍କ ହାତରେ ଧରା ପଡ଼ିଛନ୍ତି।

ତେବେ ବିଭାଗୀୟ ଅଧିକାରୀ ମାମଲାକୁ ରଫାଦଫା କରିବା ପାଇଁ ଚୋରି ଔଷଧ ଲୁଚାଇବାକୁ ଚେଷ୍ଟା କରୁଥିବାବେଳେ ଧରାପଡ଼ିଥିଲେ। ଚୋରି ଔଷଧ ଗୁଡ଼ିକରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କୌଣସି ଲୋଗୋ ନଥିବାରୁ ନିରାମୟ  ବିଭାଗରୁ ଏଗୁଡ଼ିକୁ ଚୋରି କରି ବାହାରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଚୋରି ଔଷଧ କେଉଁ ଜାଗାକୁ ଯାଉଥିଲା ଏବଂ ଏଥିରେ କିଏ କିଏ ସଂପୃକ୍ତ ତାହାର ତଦନ୍ତ ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍‌ଓ ଡା. ଚାରୁବାଳା ରଥ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe