ରାଉରକେଲା: ସେକ୍ଟର-୧୯ସ୍ଥ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ କଲ୍ୟାଣ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୁମିତ କୁମାର ସ୍ବାଇଁ ସଭାପତି ଓ ସନ୍ତୋଷ କୁମାର ସ୍ବାଇଁ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ସଭାପତି ସୁମିତ କୁମାର ସ୍ବାଇଁ ୩୯୧ ଖଣ୍ଡ ଭୋଟ ପାଇଥିବାବେଳେ ଶଙ୍କର ଜେନା ୩୨୦ ଖଣ୍ଡ ଭୋଟ ପାଇଥିଲେ। ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ ୩୯୫ ଖଣ୍ଡ ଭୋଟ ପାଇଥିଲାବେଳେ ମୁରଲୀଧର ମିଶ୍ରଙ୍କୁ ୩୧୯ ଖଣ୍ଡ ଭୋଟ ମିଳିଥିଲା।
କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସ୍ବାଇଁ ବିଜୟୀ ହୋଇଛନ୍ତି। ଶ୍ୟାମସୁନ୍ଦର ୩୮୫ ଖଣ୍ଡ ଭୋଟ ପାଇଥିବାବେଳେ ମୁରଲୀଧର ପାଣିଗ୍ରାହୀଙ୍କୁ ୩୨୪ ଖଣ୍ଡ ଭୋଟ ମିଳିଥିଲା। ମାର୍କେଟ କମିଟିର ୮୧୬ ଦୋକାନୀଙ୍କ ମଧ୍ୟରୁ ୭୨୨ ଦୋକାନୀ ମତଦାନ କରିଥିଲେ। ୧୧ ଖଣ୍ଡ ଭୋଟ ନାକଚ ହୋଇଥିଲା। ସକାଳ ୯ଟାରୁ ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା।
Follow Us