ସୈତାନ ସାବତ ବାପା: କୁନି ଝିଅକୁ ପିଟି ପିଟି ହତ୍ୟା କଲା, ମୃତ ଶିଶୁକନ୍ୟାକୁ ଆଇଜିଏଚରେ ଛାଡି ଫେରାର ହେଲା

Advertisment
ସୈତାନ ସାବତ ବାପା: କୁନି ଝିଅକୁ ପିଟି ପିଟି ହତ୍ୟା କଲା, ମୃତ ଶିଶୁକନ୍ୟାକୁ ଆଇଜିଏଚରେ ଛାଡି ଫେରାର ହେଲା

ରାଉରକେଲା : ଚାରି ବର୍ଷର କୁନି ଝିଅକୁ ପିଟି ପିଟି ହତ୍ୟା କରିଛି ସାବତ ବାପା l ଏମିତି ଅଭାବନୀୟ ଘଟଣା ଘଟିଛି କୋଇଡା ଥାନା ଲାଲ ହାଟିଙ୍ଗରେ l କୋଇଡା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଅରୁଣ ଲାଖୁଆ କୋଇଡା ସ୍ଥିତ ଅନାବାଦୀ ଜାଗା ଲାଲ ହାଟିଂରେ ନିଜର ଦୁଇ ପତ୍ନୀ ଓ ଛୁଆଙ୍କ ସହ ରହି ପ୍ଲାଷ୍ଟିକ ବୋତଲ, କାଚ ଆଦି ଗୋଟାଇ ଗୁଜୁରାଣ ମେଣ୍ଟାନ୍ତି । ଅରୁଣ ତାର ଦ୍ୱିତୀୟ ସ୍ତ୍ରୀ ରଜନୀକୁ ତାର ଆଗରୁ ଥିବା ଝିଅ ଶୀବାନି ସହିତ ଆପଣାଇ ଥିଲା l ହେଲେ ଆଣିବା ଦିନଠାରୁ ସେ କୁନି ଝିଅକୁ ବହୁତ ଅତ୍ୟାଚାର କରୁଥିଲା ।

ଗତକାଲି ରାତିରେ ଦୁଇ ସ୍ତ୍ରୀଙ୍କ ଅନୁପସ୍ଥିତିରେ ଅରୁଣ ନିଜ ସାବତ ଝିଅକୁ ବହୁତ ନିଷ୍ଠୁର ଭାବେ ବାଡେଇ ତାର ଗୋଡ ଭାଙ୍ଗି ଦେଇଥିଲା । ପରେ ଦୁଇ ସ୍ତ୍ରୀ କୁନି ଶୀବାନି ଅବସ୍ଥା ଦେଖି କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ହେଲେ କୋଇଡା ଠାରେ ଏକ୍ସରେ ନ ହେବାରୁ ତାକୁ ବଡବିଲ ସରକାରୀ ଡାକ୍ତରଖାନାକୁ ନେଇଥିଲେ ଏବଂ ଚିକିତ୍ସା ପର ଘରକୁ ଫେରିଥିଲେ । ହେଲେ ଫେରିଲା ପରେ ତାର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ଅରୁଣ ସେ ଝିଅକୁ ରାଉରକେଲା ସରକାରୀ ହସପିଟାଲରେ ଛାଡି ପଳେଇଥିଲା । ଅରୁଣ ର ପ୍ରଥମ ସ୍ତ୍ରୀ ଗୀତା ଲାଖୁଆ ଆଜି ଏକ ଏତଲା କୋଇଡା ଥାନା ରେ ଦେଲା ପରେ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ନିଜ ସଦଳବଳ ସହ ରାଉରକେଲା ଯାଇ ମୃତ କୁନି ଝିଅକୁ ଉଦ୍ଧାର କଲାପରେ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲେ । ହେଲେ ସାବତ ବାପା ଝିଅ ଓ ସମ୍ପୁର୍ଣ୍ଣ ପରିବାର କୁ ଛାଡି ଫେରାର ହୋଇଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe