ଜନସଂଖ୍ୟାକୁ ‌ରୋକି ପାରିବ ବନ୍ଧ୍ୟାକରଣ:ସିଡିଏମଓ 

Advertisment

୮୧୦ ମହିଳା ଓ ୧୩୨ ପୁରୁଷଙ୍କର ହେବ ବନ୍ଧ୍ୟାକରଣ

୮୧୦ ମହିଳା ଓ ୧୩୨ ପୁରୁଷଙ୍କର ହେବ ବନ୍ଧ୍ୟାକରଣ

ଜନସଂଖ୍ୟାକୁ ‌ରୋକି ପାରିବ ବନ୍ଧ୍ୟାକରଣ:ସିଡିଏମଓ 

କୋରାପୁଟ: ଜନସଂଖ୍ୟାକୁ ରୋକି ପାରିବ ବନ୍ଧ୍ୟାକରଣ। ଉଭୟ ପୁରୁଷ ଓ ମହିଳାଙ୍କୁ ବନ୍ଧ୍ୟାକରଣ କରାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏନେଇ ଆଜି ବା ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ବୈଠକ ଗୃହରେ ଆୟୋଜିତ ଏକ ସମ୍ମାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିଡିଏମଓ ମକରନ୍ଦ ବେଉରା ଓ ଡିପିଏମ ଶୁଭକାନ୍ତ ଗନ୍ତାୟତ।

ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଆଜିଠାରୁ ଜୁଲାଇ ମାସ ୨୪ତାରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବ ବୋଲି ସିଡିଏମଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖ ଦିନ ବିଶ୍ୱ ଜନସଂଖ୍ୟା ଦିବସ ଭାରତ ବର୍ଷରେ ୧୧ବର୍ଷ ହେଲା ପାଳନ କରାଯାଉଥିବା ବେଳେ ଜନସଂଖ୍ୟା ନିୟନ୍ତ୍ରଣ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ ବୋଲି ଜଣାପଡିଛି । ଗତ ଜୁନ ମାସ ୨୭ ତାରିଖରୁ ଜୁଲାଇ ୧୦ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନତା ପକ୍ଷ ଚାଲିଥିବା ଜିଲ୍ଲାରେ ଚାଲିଥିବା ବେଳେ ଆଜି ଠାରୁ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅସ୍ଥାୟୀ  ପ୍ରଣାଳୀ ଓ ସ୍ତାୟୀ ପ୍ରଣାଳୀ ମାଧ୍ୟମରେ କରାଯିବ ବୋଲି ସିଡିଏମଓ କହିଛନ୍ତି । ବନ୍ଧ୍ୟାକରଣ, ମେଡିସିନ ପ୍ରଦାନ ଓ ଲୋକ ମାନଙ୍କୁ ସଚେତନ କରାଯିବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି । ଏଥି ନିମନ୍ତେ କୋରାପୁଟ , ଜୟପୁର , ପଟ୍ଟାଙ୍ଗି ଓ ଲକ୍ଷ୍ମୀପୁରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବା ନେଇ ଯୋଜନା ରଖାଯାଇଛି ।ତେବେ ଚଳିତ ବର୍ଷ ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାରେ ୮୧୦ ଜଣ ମହିଳା ଓ ୧୭୦ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୫୮,୮୦୦ ଗର୍ଭନିରୋଧକ ବଟିକା ପ୍ରଦାନ ଏବଂ ୫୦୨୮ ଓରାଲ ପିସି , ୧୨୪୫ ଜଣ ମହିଳାଙ୍କୁ କପର ଟି ପ୍ରଦାନ ଓ ୫୩୦ଜଣକୁ ଅନ୍ତରା ଇଞ୍ଜକସନ ପ୍ରଦାନ କରାଯିବ ବୋଲି ଡାକ୍ତର ବେଉରା ସୂଚନା ଦେଇଛନ୍ତି ।ଗତବର୍ଷ ଠାରୁ କରୋନା ର ପ୍ରଭାବରେ କୋରାପୁଟ ଜିଲ୍ଲାରେ ଜନ୍ମନିୟନ୍ତ୍ରଣ ଅଭିଯାନ ବାଧାପ୍ରାପ୍ତ ହୋଇଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଗତବର୍ଷ ମହିଳାଙ୍କ ବନ୍ଧ୍ୟାକରଣ ଟ୍ୟୁବକ୍ଟମି ଟାର୍ଗେଟ ର ଶତକଡା ୬୫ ଭାଗ କରିପାରିଥିବା ବେଳେ ପୁରୁଷ ବନ୍ଧ୍ୟାକରଣ ଲକ୍ଷ୍ୟ ର କେବଳ ଶତକଡା ୧୬ ଭାଗ ରେ ପହଂଚି ପାରିଛନ୍ତି । ସେହିପରି ନିରୋଦ ବଣ୍ଟନ ମଧ୍ୟ ନିର୍ଧାରିତ ଲକ୍ଷ୍ୟ ର ଶତକଡା ୨୨ ଭାଗ ସଂଖ୍ୟା ହିଁ ବାଣ୍ଟିବା ସମ୍ଭବ ହୋଇଛି । ତେବେ ଗତବର୍ଷ କପର ଟି ଲଗାଇବା ସଂଖ୍ୟା ନିର୍ଧାରିତ ଲକ୍ଷ୍ୟ ର ଶତକଡା ୧୩୮ ଭାଗ ରେ ପହଂଚିପାରିଥିଲା ।ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଡିପିଏମ ଶୁଭକାନ୍ତ ଗନ୍ତାୟତଙ୍କ ସମେତ ଜିଲ୍ଲା ଚିକିତ୍ସା ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe