ଭୁବନେଶ୍ୱରରୁ ଚୋରି ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଠାବ, ପୁଲିସର ତଦନ୍ତ ଜାରି

Advertisment
ଭୁବନେଶ୍ୱରରୁ ଚୋରି ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଠାବ, ପୁଲିସର ତଦନ୍ତ ଜାରି

ଭୁବନେଶ୍ୱରରୁ ଚୋରି ହୋଇଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ବ୍ରହ୍ମପୁର ବଡ଼ ବଜାର ଥାନା ଇଲାକାରୁ ଠାବ ହୋଇଛି। ପୁଲିସ ବସ୍‌କୁ ଜବତ କରିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ହାଉସିଂବୋର୍ଡ କଲୋନିରେ ରହୁଥିବା କିଶୋର ଚନ୍ଦ୍ର ଦାସଙ୍କ ଦାସ ଆଣ୍ଡ୍‌ ଦାସ(ଓଆର୍‌୦୨ଏଏଚ୍‌ ୯୪୯୧) ନାମକ ଏକ ଯାତ୍ରୀବାହୀ ବସ୍‌ ରହିଛି। ବସ୍‌ଟି ପ୍ରତିଦିନ ରୁଚିକା ମାର୍କେଟସ୍ଥିତ ଏକ ପେଟ୍ରୋଲ ପମ୍ପ ବାହାରେ ପାର୍କିଂ କରାଯାଇଥାଏ। ୧୩ତାରିଖ ଅପରାହ୍‌ଣରେ ବସ୍‌ ସେଠାରେ ପାର୍କ କରାଯାଇଥିଲା। ୧୪ତାରିଖ ସକାଳେ ଦେଖିବା ବେଳେ ବସ୍‌ଟି ସେଠାରେ ନଥିଲା।

ଏ ନେଇ ଶ୍ରୀ ଦାସ ଖଣ୍ଡଗିରି ଥାନାରେ ବସ୍‌ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଏହି ନମ୍ବର୍‌ ବସ୍‌ଟି ବ୍ରହ୍ମପୁର ବଡ଼ ବଜାର ଥାନା ଫାଷ୍ଟଗେଟ୍‌ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ବସ୍‌ଟି ଗତରାତିରୁ ସେଠାରେ ଛିଡ଼ାଥିବା ଶୁଣିବାକୁ ମିଳୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଛି। ଖଣ୍ଡଗିରି ପୁଲିସ ଆସିବା ପରେ ତାଙ୍କୁ ବସ୍‌ ହସ୍ତାନ୍ତର କରାଯିବ। ତେବେ କେମିତି ଓ କିଏ ଏହି ବସ୍‌ ଚୋରି ବ୍ରହ୍ମପୁର ଆଣିଛି ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe